ହାତୀ ପଲରେ ନୂଆ ଅତିଥି
ଚମ୍ପୁଆ : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉକୁଣ୍ଡା ସେକ୍ସନର କଙ୍କଡା ଗ୍ରାମରେ ୨୩ ଟିକିଆ ହାତୀ ପଲ ରହିଥିବା ବେଳେ ଆଜି ଭୋର ସମୟରେ ଏକ ମାଇ ହାତୀ ନଳ୍ପଚ୍ଛନ ଶାବକକୁ ଜନ୍ମ ଦେଇଥିବା ଉଖୁଣ୍ଡା ବନପାଳ ପ୍ରଦୀପ ବାରିକ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ସୋମବାର ରାତିରେ ଏହି ହାତୀ ପଲ କଙ୍କଡା ଗ୍ରାମର ନଦୀ ନିକଟ ଜଙ୍ଗଲରେ ପହଁଚିବା ପରେ ଆଜି ଭୋର ସମୟରେ ହାତୀ ପଲରେ ନୂଆ ଅତିଥି ଜନ୍ମ ନେଇଛି । ନୂଆ ଶାବକର ଆଗମନ ପରେ ହାତୀ ପଲର ଅନ୍ୟ ହାତୀ ଗୁଡିକ ହୋକୁ ଘେରି ରହିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ପାଇଁ ଏହି ହାତୀ ପଲ ଉପରେ ତିକ୍ଷଣ ନଜର ରଖାଯାଇଛି । ସୂଚନା ଯୋଗ୍ୟ କି ଚମ୍ପୁଆ ରେଞ୍ଜରେ ବର୍ଷ ସାରା ହାତୀ ଆଗମନ ଲାଗିରହିଥିବା ବେଳେ ପରିବେଶବିତ ମାନଙ୍କ ମତ ଅନୁଯାୟୀ ଚମ୍ପୁଆ ରେଞ୍ଜ ହାତୀ ମାନଙ୍କ ପାଇଁ ଉପଯୁକ୍ତ ପରିବେଶ ପ୍ରଦାନ କରୁଥିବାରୁ ହାତୀ ଗୁଡିକ ବର୍ଷ ସାରା ଏହି ଅଞ୍ଚଳକୁ ଆଗମନ କରୁଛନ୍ତି ।