କର୍କଟ ରୋଗୀଙ୍କୁ ସହାୟତା
ରାଜକନିକା : ରାଜକନିକା ବ୍ଲକ ବଳରାମପୁର ପଞ୍ଚାୟତ ଦେଓଗାଁ ଛଦେଶ ଗ୍ରାମର ସରିତା ନାୟକ ଏବେ କର୍କଟ ରୋଗରେ ପୀଡିତ ଅଛନ୍ତି । ତାଙ୍କର ବାପା ଫେରି ବେପାର କରି ପରିବାର ପୋଷଣ କରନ୍ତି, କୁନ୍ତୁ ତାଙ୍କର ରୋଗର ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ, ଏହି ଖବର ଜଣା ପଡିବା ପରେ "ଓଡିଶା ଟିମ ହୁ୍ୟମାନୀଟି ଖବର ପାଇ ଦେଓଗାଁ ଛଦେଶ ଗାଁରେ ପହଁଚି ସରିତାଙ୍କୁ ୫ ହଜାର ଟଙ୍କା ସହଯୋଗର ହାତ ବଢାଇଛନ୍ତି । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।