ଫେକ୍ ଆଇଡି ବିରୁଦ୍ଧରେ ଏସ୍ପିଙ୍କୁ ଅଭିଯୋଗ

ପାଣିକୋଇଲି : ସାମାଜିକ ସୋସିଆଲ ଭିଡ଼ିଆ ବା ଫେସବୁକ୍ରେ ଫେକ୍ ଆଇଡ଼ ବ୍ୟାପକ ଭାବେ ବଢିଯାଇଛି । ଯେଉଁ ଫେକ ଆଇଡ଼ ଅନେକଙ୍କ ଚରିତ୍ର ସଂହାର କରିବା ସହ ଅଶ୍ଳିଚ ଟିପ୍ପଣୀ ଦେଉଛନ୍ତି । ସମାଜରେ ଏହାର କୁପ୍ରଭାବ ପଡ଼ିବା ସହ ଅନେକଙ୍କୁ ମାନସିକ ଯନ୍ତ୍ରଣା ଦେଉଛି । ଏଭଳି ଅସାମାଜିକ ତତ୍ୱଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଛନ୍ତି ସୁକିନ୍ଦା ଅଞ୍ଚଳର ସାମାଜିକ କର୍ମୀ । ଫେକ ଆଇଡି କରି ଚରିତ୍ର ସଂହାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ।