ସହିଦ ଦିବସ ପାଳିତ

ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଟିକରବାଟି ଗ୍ରାମରେ କୁଡୁମୀ ମହିଳା ସେନା ଓ ଛାତ୍ର ସେନାଙ୍କ ମିଳିତ ଆନୁକୂଲ୍ୟରେ କ୍ରାନ୍ତିବୀର ତଥା ସହିଦ ରଘୁନାଥ ମାହାତୋଙ୍କ ୨୪୭ ତମ ସହିଦ ଦିବସ ପାଳିତ ହୋଇଯାଇଛି । ଲୋକନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଅତିଥି ଭାବେ ଯୋଗ ଦେଇ ସହିଦ ରଘୁନାଥ ଯିଏକି ଚୁଆଡ ବିଦ୍ରୋହର ଥିଲେ ମୁଖ୍ୟନାୟକ, ତାଙ୍କ ଭୂମିକା ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୁଡୁମୀ ମହିଳା ସେନାର ଦମୟନ୍ତୀ ମହାନ୍ତ, ପ୍ରତିଭା ମହାନ୍ତ, ଜୟନ୍ତୀ ମହାନ୍ତ, ପୂର୍ଣ୍ଣିମା, ଡଲି, ହିରାମଣି, ଭାରତୀ, ଦୁହସ୍ତା, ସରସ୍ୱତୀ, ମାଳତୀ, ମନୋରମା ମହାନ୍ତଙ୍କ ସମେତ କୁଡୁମୀ ଯୁବ ସେନାର ମହେଶ୍ୱର ମହାନ୍ତ, ବୁଲୁ ମହାନ୍ତ, ମନୁ, ଲକ୍ଷ୍ମୀଧର, ସିପୁନ, କାୟା, ଝାଡେଶ୍ୱର ମହାନ୍ତ ପ୍ରମୁଖ ଯୋଗ ଦେବା ସହ ପରିଚାଳନାରେ ସହଯୋଗ କରିଥିଲେ ।