ବଜ୍ରପାତ ସମ୍ପର୍କରେ ସଚେତନତା ରଥ
କଟକ : ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏଥି ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ସମସ୍ତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ଦ୍ୱାରା ବଜ୍ରପାତ ସୁରକ୍ଷା ସଂପର୍କିତ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଜିଲ୍ଲାର ସହରାଞ୍ଚଳ ଓ ସମସ୍ତ ବ୍ଲକ ଗୁଡ଼ିକ ପରିକ୍ରମା କରି ଜନସାଧାରଣ ବଜ୍ରପାତ ସମୟରେ ପଦକ୍ଷେପ ସ୍ୱରୂପ କିପରି ସୁରକ୍ଷିତ ରହିପାରିବେ ଏଥି ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ । ପ୍ରକାଶ ଥାଉକି, ସତର୍କତାମୂଳକ ପଦକ୍ଷେପ, ସୁରକ୍ଷା ବାର୍ତ୍ତା ।, ବଜ୍ରପାତ ଜନିତ ମୃତୁ୍ୟ ସଂଖ୍ୟା କମ କରିବା ଉପରେ ସୂଚନା ପ୍ରଦର୍ଶନୀ, ଅଡ଼ିଓ ଭିଜୁଆଲ ସୂଚନା ପୁସ୍ତିକା ସହିତ ସଚେତନତା ରଥ ଜିଲ୍ଲାର ସମସ୍ତ ଅଞ୍ଚଳ ବୁଲି ପ୍ରଚାର ପ୍ରସାର କରିବ । ଏହି ସଚେତନତା ରଥର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତ, ଡେପୁଟି କଲେକ୍ଟର ସୁଜୟ ପତି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବାପି ବିଶ୍ୱଜିତ ସାହୁ, ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।