ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା : ପୁଲିସ ପାଖରେ ରହୁନି ତଥ୍ୟ

 ଯାଜପୁର ସଦର : ଯାଜପୁର ସହରରେ ଅନୁପ୍ରବେଶକାରୀ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାକୁ ନେଇ ସହରବାସୀ ଚିନ୍ତାପ୍ରକଟ କରୁଥିବା ବେଳେ, ପୁଲିସ୍ ଓ ପ୍ରଶାସନ ଏହାକୁ ନଜର ଅନ୍ଦାଜ କରି ଚାଲିଛନ୍ତି । ବିଭିନ୍ନ ପ୍ରକାରର ବ୍ୟବସାୟ ଆଳରେ ଅନୁପ୍ରବେଶକାରୀ ସହରର ଗଳିକନ୍ଦିରେ ଦିନବେଳେ ଫେରି ବ୍ୟାପାର କରିବା ସହିତ ରାତିରେ ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଆତଙ୍କ ଦେଖାଦେଉଛି । ମୁଖ୍ୟତଃ ଅନୁପ୍ରବେଶକାରୀ ବାଙ୍ଗାଲାଦେଶୀ, ମୁସିଦାବାଦ ଅଞ୍ଚଳର ହୋଇଥିବା କୁହାଯାଉଛି । କିନ୍ତୁ ଏମାନଙ୍କ ପାଖରେ କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ପାଇଁ ଜାଲିଆତି ଆଧାର କାର୍ଡ ଥିବା ଦେଖିବାକୁ ମିଳେ । କିନ୍ତୁ ଏମାନଙ୍କ ପ୍ରକୃତ ପରିଚୟ ଅନୁପ୍ରବେଶକାରୀ । ଏମାନେ ବିଭିନ୍ନ ସଂଖ୍ୟାଲଘୁ ରହୁଥିବା ସ୍ଥାନମାନଙ୍କରେ ଘର ଭଡା ନେଇ ରହୁଥିବା ଦେଖିବାକୁ ମିଳେ । ପୂର୍ବ ସରକାରଙ୍କ ସମୟରେ ଯାଜପୁର ସହରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଧାଗଢ଼ା ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଅନୁପ୍ରବେଶକାରୀ ମାନଙ୍କର ଏହା ଏକ ଆଡ୍ଡାସ୍ଥଳୀ ଭାବେ ପରିଣତି ହେବାକୁ ବସିଲାଣି । 
କିଛି ଦିନ ପୂର୍ବେ ଯାଜପୁର ସହରର ସିନେମା ହଲରେ ବାହାର ରାଜ୍ୟରୁ ଆସି ଦିନରେ ବିଭିନ୍ନ ପ୍ରକାରର ଖାଲି ପ୍ଲାଷ୍ଟିକ ବୋତଲ, ଜରି, ଭଙ୍ଗାରୁଜା କାଚ ସାମଗ୍ରୀ ନେବା ବାହାନାରେ କାହାର ଘର ହେଉ କି ପ୍ରତିଷ୍ଠାନ ଗୁଡ଼ିକୁ ନଜର ରଖି ସମୟ ଦେଖି ଚୋରି କରିଥାନ୍ତି । ସିନେମା ହଲ୍ରେ ଗଚ୍ଛିତ ଥିବା ପୁରୁଣା ଲୁହା ଚେୟାର ଗୁଡ଼ିକ ଚୋରି କରୁଥିବା ବେଳେ, ହଲ୍ ମାଲିକ ସେମାନଙ୍କୁ କାବୁକରି ଯାଜପୁର ଟାଉନ୍ ଥାନାକୁ ହସ୍ତାନ୍ତର କରିଥିଲେ । ଅନୁସନ୍ଧାନ ପରେ ଜାଣିବାକୁ ପାଇଥିଲେ ସମସ୍ତ ଚୋର ବାହାର ରାଜ୍ୟରୁ ଆସି ସହରର ବରାହନାଥ ମନ୍ଦିର ପାର୍ଶ୍ୱରେ ତିଆରି ହେଇଥିବା ଭଗବାନ ଶିବଙ୍କ ଠାରେ ଥିବା ଜଙ୍ଗଲରେ ଗୋଟେ ଛୋଟ କୁଡ଼ିଆରେ ସମସ୍ତେ ରହନ୍ତି । ସମୟ ଦେଖି ଏପରି ଅପରାଧି ଘଟାନ୍ତି । ଅଭିଯୋଗ ହେଉଛି କିଛି ଅନୁପ୍ରବେଶକାରୀ କିଛି କୁଜି ନେତାଙ୍କ ପାଇଁ ସ୍ଥାୟୀ ଆଧାରକାର୍ଡÿ, ରାସନକାର୍ଡÿ ହାତେଇ ନେଇଛନ୍ତି । ଅନୁପ୍ରବେଶକାରୀ ମଧ୍ୟରୁ କେହି ଘର ନିର୍ମାଣ କାର୍ଯ୍ୟରେ ଲାଗୁଥିବା ବେଳେ ଆଉ କେହି କୁକୁଡ଼ାଚିଆଁ, ଖେଳନା, ଘରକରଣା ସାମଗ୍ରୀ ବିକ୍ରି କରିଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଦିନରେ ଫେରି କରିଥାନ୍ତି ଓ ରାତିରେ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏନେଇ ଥାନାରେ କୌଣସି ପ୍ରକାର ସୂଚନା ରହୁନଥିବାରୁ କୈାଣସି ଦିନ ବଡ଼ ଘଟଣା ଘଟିଲେ କିଏ ଦାୟୀ ରହିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।