ଠିକାସଂସ୍ଥାର ମନମାନି... ଗ୍ୟାସ ପାଇପ୍ ପାଇଁ ରାଜରାସ୍ତା ବିପର୍ଯ୍ୟସ୍ତ

 ଦାନଗଦୀ : ଗ୍ୟାସ ପାଇପ ବିଛାଣ କରୁଥିବା ଠିକାସଂସ୍ଥାର ମନମାନି କମିବାର ନାଁ ଧରୁନି । ଠିକାସଂସ୍ଥାର ମନମାନି କାରଣରୁ ରାଜରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି । କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ଓ ଗୋପବନ୍ଧୁ ମାର୍ଗ ରାଜରାସ୍ତାକୁ ଲାଗି ଗ୍ୟାସ୍ ପାଇପ ଲାଇନ ମାଟି ତଳେ ଯାଉଥିବା ଯୋଗୁଁ ଠିକା ସଂସ୍ଥା ରାସ୍ତା କଡକୁ ଖୋଳି ପିଚୁ ରାସ୍ତା ଉପରେ ମାଟି ମୋରମ ପକାଇବା ପରେ ପାଇପ୍ ବିଛାଇବା ପରେ ମାଟି ମୋରମକୁ ଠିକ୍ ଭାବରେ ପୋତୁ ନଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଅନେକ ସମୟରେ ଲୋକ ମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ରଖିଥିବା ମାଟି ମୋରମକୁ ଠିକ୍ ଭାବରେ ସଫା ନକରି ସେହିପରି ଛାଡି ଦେଉ ଥିବା ଯୋଗୁଁ ଧୂଳି ଉଡ଼ି ବାୟୁ ପ୍ରଦୂଷଣ ହେଉଛି । ଏବିଷୟରେ ସଂପୂକ୍ତ ଠିକା ସଂସ୍ଥାର ସଦସ୍ୟ ଖୁଲମଖୁଲା କହିଛନ୍ତି କି ଆମକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ଭାବେ ଏହା କରିବା ପାଇଁ ନିଦେ୍ର୍ଦଶ ଅଛି । ମାତ୍ର କୈଣସି ଲିଖିତ ନିଦେ୍ର୍ଦଶ ନାହିଁ । ଏବିଷୟରେ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରିବା ପରେ ସେ ଏହି ବିଷୟରେ ପଦକ୍ଷେପ ଗ୍ରହଣ କରିବାକୁ କହୁଥିବା ବେଳେ ଅନେକ ଦିନହେବ କାହିଁକି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ସନେ୍ଦହ ସୃଷ୍ଟି ହେଉଛି ।