ବଢୁଛି ଚୋରା ମୋରମ ଚାଲାଣ

 ନୀଳଗିରି :  ନିଶବ୍ଦ ରାତିରେ ସକ୍ରିୟ ହେଉଛନ୍ତି ଚୋରା ମୋରମ ମାଫିଆ । ପ୍ରତ୍ୟେକ ଦିନ ରାତିରେ ଟ୍ରିପ ଟ୍ରିପ୍ ମୋରମ ଚାଲାଣ କରାଯାଇଛି । ହେଲେ ଏଥିପ୍ରତି ସ୍ଥାନୀୟ ପ୍ରଶାସନର ଅଙ୍କୁଶ ନାହିଁ । ସୂଚନା ଅନୁସାରେ, ପୋଡ଼ାସୁଳ ତେଙ୍ଗା ସାହି ସ୍ଥିତ ପୂର୍ବରୁ ଥିବା ଲିଜ୍ ଖାଦାନ ଉପରେ ଏବେ ମୋରମ ମାଫିଆଙ୍କ ରାଜ ଚାଲିଛି । ପ୍ରଶାସନ ଆଖିରେ ଧୂଳି ଦେଇ ଲକ୍ଷ ଲକ୍ଷ ଟଙ୍କାର ମୋରମ ଚାଲାଣ କରୁଛନ୍ତି । ଯାହାଫଳରେ ନୀଳଗିରି ରାଜସ୍ୱ ବିଭାଗ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି । ରାତି ସାରା ଟ୍ରିପ୍ ଟ୍ରିପ ମୋରମ ଚାଲାଣ କରାଯାଇଛି । ଖଣି ବିଭାଗର ଅଧିକାରିଣୀ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି ।  ଯଦି ଏହିପରି ଭାବେ ଚୋରା ବେପାରୀ କାୟା ବିସ୍ତାର କରି ଚାଲନ୍ତି, ଆଗାମୀ ଦିନରେ ନୀଳଗିରିର ଭୂମିକମ୍ପ ସୃଷ୍ଟି ନ ହେବ ତାହା କିଏ କହିପାରିବ । ପ୍ରଶାସନ ଯଦି ଏବେ ଠୁ ରୋକ୍ ନ ଦିଅନ୍ତି, ଆଗାମୀ ଦିନରେ ଜନ ଆନେ୍ଦାଳନ କରାଯିବ ବୋଲି ସାଧାରଣ ଲୋକ ଚେତାବନୀ ଦେଇଛନ୍ତି ।