ବନ୍ଦନା ପାଦପଦ୍ମକୁ

ବନ୍ଦନା ପାଦପଦ୍ମକୁ

ଅଲେଖ ଚନ୍ଦ୍ର ସାମଲ : ତ୍ୟାଗ, ତପସ୍ୟା, ଆତ୍ମଜ୍ଞାନ, ବ୍ରହ୍ମଦୀକ୍ଷା ଓ ବ୍ରହ୍ମଉପାସନାର ଧର୍ମ ମହିମା ଧର୍ମ । ସକଳ ମତବାଦର ସାର ନିର୍ଯାସ ବିଶୁଦ୍ଧ ଅଦ୍ୱୈତ ବ୍ରହ୍ମବାଦରେ ଏହା ପରିପୁଷ୍ଟ ଓ ପରିବର୍ଦ୍ଧିତ । ଏକଦା ପବିତ୍ର ଉକ୍ରଳଭୂମିର ଯୋରନ୍ଦାରେ ଅଙ୍କୁରିତ ହୋଇଥିବା ଏହି ଭୂମାସ୍ପର୍ଶୀ ବିଶାଳ ଧର୍ମବୃକ୍ଷ ସମଗ୍ର ଭାରତବର୍ଷକୁ ଧାର୍ମିକ ଚେତନାରେ ପ୍ଲାବିତ କରୁଛି । ଗୁରୁ ମହିମାସ୍ୱାମୀଙ୍କ ଯୋଗ୍ୟ ଆଜ୍ଞାବାହ ଭାବେ ପ୍ରଥମପନ୍ଥୀ, ଦ୍ୱିତୀୟପନ୍ଥୀ ଓ ବାର୍ତ୍ତମାନିକ ତୃତୀୟପନ୍ଥୀ ବଳକଳଧାରୀ ଅବଧୂତ ସନ୍ୟାସୀ ଧର୍ମପ୍ରଚାର ପ୍ରାରମ୍ଭରୁ ଆଜିସୁଦ୍ଧା ମହିମା ଧର୍ମଧାମର ସୁରକ୍ଷା, ସମୃଦ୍ଧି ଅକ୍ଷୁଣ୍ଣ ରଖି ଆସିଛନ୍ତି । ଗୁରୁସ୍ୱାମୀ ମହିମା ପ୍ରଭୁଙ୍କ ଆଜ୍ଞାରେ କ୍ରମିକ ପରମ୍ପରା ସିଦ୍ଧପନ୍ଥୀ ପୂଜ୍ୟ ବଳ୍‌କଳଧାରୀ ପର ସନ୍ନ୍ୟାସୀବୃନ୍ଦଙ୍କ ନେତୃତ୍ୱ ଦ୍ୱାରା ହିଁ "ଏକ ପ୍ରଭୁ, ଏକ ଧର୍ମ, ଏକ ଧାମ ଓ ଏକ ସମାଜ - ମହିମାଧର୍ମ ଧାମ ସମାଜ' ବହୁ ବାଧା ପ୍ରତିବନ୍ଧକ ସତ୍ତେ୍ୱ ସଂପୁଜିତ ଓ ସଂବର୍ଦ୍ଧିତ ହୋଇପାରିଛି  ।

      ପ୍ରଭୁଙ୍କ ଆଜ୍ଞା ଏହି ଯେ "ମହିମାଙ୍କ ନାମ ରହିବ ଓ ମହିମାଙ୍କ ଧାମ ରହିବ' । ଶରୀରରୁ ହାତ ଅଲଗା ହୋଇ ଶରୀର । ବ’ ଅକ୍ଷରୁ ପତ୍ର ଅଲଗା ହୋଇ ବୃକ୍ଷ କଦାପି ହୋଇପାରିବ ନାହିଁ । ଶରୀର ବା ବୃକ୍ଷରେ ହିଁ ଏମାନଙ୍କର ପରିଚୟ ।ଭୀମଭୋଇ ପ୍ରଭୁ ମହିମାସ୍ୱାମୀଙ୍କ ଠାରୁ ଉପଦେଶ ଓ କବିତା ଶକ୍ତି ପ୍ରାପ୍ତ ହୋଇ ମହିମାଧର୍ମର ପ୍ରଥମ ଗୃହସ୍ଥ ଭକ୍ତ ହେବାର ଗୌରବ ଅର୍ଜନ କରିଥିଲେ । ଏହି ଧର୍ମ କାହାର ବିରୋଧାଭାସ ନୁହେଁ, ବରଂ ହିନ୍ଦୁଧର୍ମର ବିଶୁଦ୍ଧ ରୂପାନ୍ତର ଓ ବେଦାନ୍ତସିଦ୍ଧ ଧର୍ମ ଅଟେ । ସତ୍ୟ ମହିମା ଧର୍ମ ଗ୍ରନ୍ଥକୋଷ ସମିତି, ମହିମାଗାଦି ଦ୍ୱାରା ବିଭିନ୍ନ ଭାଷାରେ ପ୍ରକାଶିତ ଏହି ଧର୍ମର ପ୍ରାମାଣିକ ଧର୍ମଗ୍ରନ୍ଥଗୁଡ଼ିକ ଯଥା - ସତ୍ୟ ମହିମା ଧର୍ମ ପ୍ରତିପାଦକ, ମହିମା ଧର୍ମ ଇତିହାସ, ମହିମାଗାଦି ମହିମାଧାମ ଇତିହାସ, ସର୍ବବେଦବେଦାନ୍ତ ସାର ତତ୍ତ୍ୱ, ଶିରୋମଣି ସିଦ୍ଧସାଧୁ ଚରିତ୍ରାମୃତ, ଗୃହସ୍ଥ ଶୁଭକର୍ମ ବିଧାନାଦି ଓ ଭୀମଭୋଇ କୃତ ସ୍ମୃତି ଚିନ୍ତାମଣି, ବ୍ରହ୍ମନିରୁପଣ ଗୀତା, ଭଜନ ଚଉତିଶା ପ୍ରଭୃତି ଅନ୍ୟତମ । ମହିମା ଧର୍ମ ଆଜି ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ରତା ରକ୍ଷା କରିବାର ସମର୍ଥ ହୋଇଛି । ସମାଜରେ ସମସ୍ତଙ୍କ ଭିତରେ ଭଲ ପାଇବାର ମହନୀୟତାକୁ ପ୍ରତିପାଦିତା କରିବା ସହ ସମାଜରେ ସେବାମୂଳକ ଦାୟିତ୍ୱବୋଧତା ସମ୍ପର୍କରେ ସମସ୍ତଙ୍କୁ ଦିବ୍ୟ ଜୀବନର ଆଲୋକ ଦେଖାଇବାକୁ ସମର୍ଥ ହୋଇଛି । ଆଜି ସବୁଠି ସବୁ କ୍ଷେତ୍ରରେ ଭାଇଚାରା ଓ ମଣିଷ ପଣିଆର ଅବକ୍ଷୟ ଦେଖାଦେଇଥିଲା ବେଳେ ଏହି ମହିମା ଧର୍ମ ସମସ୍ତଙ୍କ ଭିତରେ ଦିବ୍ୟ ଜୀବନ ପାଇଁ ଅନୁପ୍ରେରିତ କରୁ ଏହା ହିଁ କାମନା ।

 ଦୂୂରଭାଷ : ୯୪୩୭୨୫୭୧୨୩