ବନ୍ୟା ପରିସ୍ଥିତି ଗମ୍ଭୀର : ସିଂହଗାଁ, ଶ୍ରୀରାମପୁର, ବାଛରା ଡାମରପୁର, ତନୁପୁର ବିଚ୍ଛିନ୍ନ
ପଟ୍ଟାମୁଣ୍ଡାଇ : ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଞ୍ଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୭୦ ହଜାରରୁ ଅଧିକ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି ଓ ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିଂହଗାଁ ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଅଳପୁଆ ପଞ୍ଚାୟତ, ତରଡ଼ିପାଳ ପଞ୍ଚାୟତ, ପେଣ୍ଠପାଳ ପଞ୍ଚାୟତ, ଅଣ୍ଢରା ପଞ୍ଚାୟତ, ଅମୃତମଣୋହି ପଞ୍ଚାୟତ, ବଲୁରିଆ ପଞ୍ଚାୟତ ଆଦି ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅଛୁଟିଛି । କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି ଓ ବନ୍ୟା ବିପନ୍ନ ବିଭିନ୍ନ ଅଞ୍ଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଓ ଚାଷଜମି ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛିଓ ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ବେଳେ, ଗୃହପାଳିତ ପଶୁମାନେ ଗୋ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ବନ୍ୟା ବିପନ୍ନ ବିଭିନ୍ନ ପଂଚାୟତର ରାସ୍ତା ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି ।
ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ତନୁପୁର ରାସ୍ତା ବୁଡି ଯାଇଥିବାରୁ ବାଲିପାଟଣା, ଖଡ଼ିପାଳ ତନୁପୁର,ନଦିନୀନଗର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ଓ ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଞ୍ଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ବୁଡି ରହିଛି । ବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଜଳସମ୍ପଦ ବିଭାଗ ସହସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ପ୍ରମୁଖ ଦୁର୍ବଳ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ଓ ଜିଲ୍ଲାପାଳଙ୍କ ର୍ନିେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗହୋଇପଡିଛି ଓ ବନ୍ୟାବିପନ୍ନ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ପାଇଁ ନିୟମିତ ଡାକ୍ତରୀ ଟିମ ବନ୍ୟାଞ୍ଚଳ ପରିଦର୍ଶନ ସହ ପର୍ଯ୍ୟାପ୍ତ ଔଷଧ, ସାଲାଇନ, ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ ଓ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ପୌରାଞ୍ଚଳର ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ପୌରାଞ୍ଚଳର ବନ୍ୟା ବିପନ୍ନ ବିଭିନ୍ନ ୱାର୍ଡର ଲୋକମାନଙ୍କ ଯାତାୟାତ ପାଇଁ ୯ଟି ଡ଼ଙ୍ଗା ଯୋଗାଇ ଦିଆଯାଇଛି ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତର ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଞ୍ଚଳର ୧୧ଟି ୱାର୍ଡର ୧୧ହଜାର ଲୋକ ବନ୍ୟା ଜଳ ଘେରରେ ରହିଛନ୍ତି ଓ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଗୃହପାଳିତ ପଶୁ ଗୋ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ଓ ରାସ୍ତାଘାଟ ବୁଡି ଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ଔଷଧ ସାଲାଇନ, ବ୍ଲିଚିଙ୍ଗ, ଗୋ ଖାଦ୍ୟ କିରୋସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।