ବରିଷ୍ଠ ଅଧିକାରୀଙ୍କ ପରଲୋକ
କେନ୍ଦୁଝର: କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବଡହଳ କଲୋନୀ ବାସିନ୍ଦା କ୍ଷିରୋଦ ଚନ୍ଦ୍ର ମହାନ୍ତିଙ୍କ (୭୫) ପରଲୋକ ହୋଇଛି । ସ୍ୱର୍ଗତ ମହାନ୍ତି ୧୯୫୦ ମସିହା ଜୁଲାଇ ମାସରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କଂଟାବଣିଆ ଗ୍ରାମରେ ଜନ୍ମଗ୍ରହଣ କରି ପାଠ ପଢା ଶେଷ ପରେ ୧୯୭୨ ମସିହାରେ କୋଅପରେଟିଭ୍ ଇନ୍ସପେକ୍ଟର ଭାବେ ସମବାୟ ବିଭାଗରେ ଯୋଗ ଦେଇ ଜୁଲାଇ ୨୦୦୮ ମସିହାରେ ସେରିକଲଚର ବିଭାଗରୁ ଅଫିସର ହିସାବରେ ଅବସର ଗ୍ରହଣ କରିଥିଲେ । ସେ ଜଣେ ମେଳାପି, ପରୋପକାରୀ, ବନ୍ଧୁବସôଳ ଓ ମିଷ୍ଠଭାଷି ଲୋକ ଥିଲେ । ତାଙ୍କର ଦେହାନ୍ତରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।