ବରୁଆଁ-କୃଷ୍ଣଦାସପୁର ରାସ୍ତାର କଲଭର୍ଟ ବାଡା , ଗୋଟିଏ ପଟେ ଅଛି,ଅନ୍ୟପଟେ ଲଟକିଛି 


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ରାଜ୍ୟ ସରକାର ଲୋକମାନଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ ପ୍ରତ୍ୟେକ ଛୋଟ ବଡ ପୋଲ କିମ୍ୱା କଲଭର୍ଟର ଉଭୟ ପାର୍ଶ୍ୱରେ ବାଡା ଦେବାର ବ୍ୟବସ୍ଥା କରୁଛନ୍ତି । ଏହାର ରକ୍ଷଣାବେକ୍ଷଣ ଓ ସ୍ଥାୟୀ ମରାମତି ବାବଦରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଅଣଦେଖା ଓ ଠିକାଦାରଙ୍କ ମନମର୍ଜିରୁ ଦିନ କେଇଟାରେ ବହୁ ପୋଲ ବା କଲଭର୍ଟର ବାଡା ଗୁଡିକ ବିପର୍ଯ୍ୟସ୍ତ ହୋଇପଡ଼ୁଛି । କୋଉଠି କଙ୍କ୍ରିଟ ଝଡ଼ି ପଡ଼ିଲାଣି ତ ଆଉ କୋଉଠି ଲୁହାରେ ତିଆରି ବାଡା ଭାଙ୍ଗି ରୁଜି ତଳେ ଖସି ପଡ଼ିଲାଣି । ଏମିତି ଏକ ଦୃଶ୍ୟ ବେରୁଆଁ- କୃଷ୍ଣଦାସପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା କଲେଜ ରୋଡ ଇଲେକ୍ଟ୍ରି ସବଷ୍ଟେସନ ନିକଟରେ ଥିବା ଏକ କଲଭର୍ଟରେ ଦେଖିବାକୁ ମିଳିଛି । ଏଠାରେ କଲଭର୍ଟର ଗୋଟିଏ ପଟର ବାଡା ଥିବା ବେଳେ ଅନ୍ୟପଟ ବାଡାଟି ଦୀର୍ଘ ଦିନ ହେବ ଭାଙ୍ଗି ତଳକୁ ଖସିପଡି ଲଟକିକି ରହିଛି । ହଜାର ହଜାର ଟଙ୍କାର ସରକାରୀ ଅର୍ଥରେ ନିର୍ମିତ ଉକ୍ତ ବାଡା ଉପରେ ଏବେ ଅନାବନା ଗଛ ଲତା ମାଡିଯିବା ସହ କଲଭର୍ଟ ତଳେ ଯାଉଥିବା ପାଣି ସଂସ୍ପର୍ଶରେ ଆସି ନଷ୍ଟ ହେଉଛି । ମାତ୍ର କିଛି ମାସ ପୂର୍ବରୁ ନିର୍ମିତ ଉକ୍ତ ଲୁହା ବାଡାଟି ନିମ୍ନମାନର କାମ ଯୋଗୁ ଏମିତି ପୋଲ ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ପାଣି କୋଇଲି ପୂର୍ତବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତାର କଲଭର୍ଟ ବାଡାଟି ଏମିତି ଦୟନୀୟ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ବିଭାଗ ଏଥିପ୍ରତି ନଜର ଏଡ଼ାଇ ଦେଇଛି । ଯାହାଦ୍ୱାରା ଉକ୍ତ ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ଛାତ୍ରଛାତ୍ରୀ, ସହ ସହ ଗାଡିମୋଟର, ବାଇକ ଆରୋହୀ, ଭାରିଯାନ ଚାଳକଙ୍କ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ସୂଚନା ଥାଉ କିଛି ମାସ ପୂର୍ବରୁ ଉକ୍ତ କଲଭର୍ଟରେ ବାଡା ନ ଥିବା ସମୟରେ ଏକ କାର ଭାରସାମ୍ୟ ହରାଇ ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପରେ ବିଭାଗ ପକ୍ଷରୁ ଉକ୍ତ କଲଭର୍ଟର ଉଭୟପାର୍ଶ୍ୱରେ ଲୁହା ବାଡା ଲଗା ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ମାତ୍ର ଦିନ କେଇଟାରେ କଲଭର୍ଟର ଗୋଟିଏ ପାର୍ଶ୍ୱର ବାଡା ଥିବା ବେଳେ ଅନ୍ୟ ପଟ ବାଡାଟି ଭାଙ୍ଗି ପୋଲ ତଳକୁ ଖସି ପଡ଼ିଛି । ତେଣୁ ଉକ୍ତ କଲଭର୍ଟର ବାଡାଟିକୁ ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତ