ବର୍ଦ୍ଧନପୁର ପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟିତ
ବାଲେଶ୍ୱର : ବର୍ଦ୍ଧନପୁର ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ବର୍ଦ୍ଧନପୁର ସରପଞ୍ଚ ଆରତୀ ଶତପଥୀ ପ୍ରଥମେ ମଞ୍ଚ ଆହ୍ୱାନ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ସଦର ବିଡ଼ିଓ ଉତ୍ତମ କୁମାର ଜେନା, ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶୀର୍କେ, ଏଡିଏମ ରେଭିନୁ୍ୟ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବରିଷ୍ଠ ସମାଜସେବୀ ବିରଞ୍ଚି ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ବର୍ଦ୍ଧନପୁର ସମିତି ସଭ୍ୟା ହରପ୍ରିୟା ମହାକୁଡ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଆଠ ଶହରୁ ଊଦ୍ଧ୍ୱର୍ ଲୋକ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦ୍ୱିବେଦୀ, ପୂର୍ବତନ ମଣ୍ଡଳ ସଭାପତି ଭୋଳାନାଥ ପାତ୍ର ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ ।