ବର୍ବରକାଣ୍ଡ : ମହିଳାଙ୍କୁ ଅର୍ଦ୍ଧନଗ୍ନ କରି ବାଡେଇଲେ

ସୀମା ଟପିଲା ବର୍ବରତା । ମହିଳାଙ୍କ ତଣ୍ଟି ଉପରେ ଚଢିଗଲେ ୱାର୍ଡସଭ୍ୟ । ଅର୍ଦ୍ଧନଗ୍ନ କରି ରାସ୍ତାରେ ଘୋଷାଡିଲେ । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକ କପିଳେଶ୍ବର ପଞ୍ଚାୟତର ସମଲସାହିରେ । ସରସ୍ବତୀ ପୂଜା ଦିନ ଡିଜେ ବଜାଇବାକୁ ନେଇ ୱାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ବିଜୟ ଦାସଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ । ଗତକାଲି ଏହାର ଆପୋସ ସମାଧାନ ହେବାର ଥିଲା ।  କିନ୍ତୁ ବିବାଦ ସମାଧାନ ହେବା ପୂର୍ବରୁ ଦୁଇ ପକ୍ଷ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ବିଜୟଙ୍କ ବୋହୂଙ୍କୁ ୱାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ନରହରି ସ୍ବାଇଁ ଘୋଷାଡି ଆଣି ମାଡ଼ ମାରିଥିଲେ। ଏହା ସହ ତଣ୍ଟି ଉପରେ ଚଢିଯାଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।