ବସ୍‌ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୨୦ ମୃତ ଏକାଧିକ ଆହତ

ବସ୍‌ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ  ୨୦ ମୃତ ଏକାଧିକ ଆହତ

ତେଲଙ୍ଗାନା : ତେଲଙ୍ଗାନାରେ ମର୍ମାନ୍ତୁକ ସଡ଼କ ଦୁର୍ଘଟଣା । ବସ୍‌ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୨୦ ମୃତ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟରେ ଭର୍ତ୍ତି କାରାଯାଇଛି । ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡ଼ା ନିକଟରେ ଘଟିଛି ଏହି ଭୟାନକ ଦୁର୍ଘଟଣା । 

    ସୂଚନା ମୁତାବକ, ଆରଟିସି ବସ୍‌ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କଲେଜ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିଲେ । ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳର ମିର୍ଜାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ହାଇଦ୍ରାବାଦ-ବିଜାପୁର ରାଜପଥରେ ଏକ ଦ୍ରୁତଗାମୀ ଟିପ୍ପର ଟ୍ରକ୍‌ ଏକ ଯାତ୍ରୀବାହୀ ବସ୍‌ ସହିତ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଟିପ୍ପର ଟ୍ରକ୍‌ ଓଲଟି ପଡ଼ି ବସ୍‌ ଉପରେ ପଡ଼ିଗଲା । ଟ୍ରକରେ ବୋଝେଇ ପଥର ତଳେ ଅନେକ ଯାତ୍ରୀ ଫସି ରହିଥିଲେ । ମୃତ ୨୦ ଜଣଙ୍କ ମଧ୍ୟରେ ୧୮ ଯାତ୍ରୀ, ଦୁଇ ଜଣ ବସ୍‌ ଏବଂ ଟ୍ରକ୍‌ ଡ୍ରାଇଭର ଅଛନ୍ତି । ଦୁର୍ଘଟଣାରେ ୧୧ ଜଣ ମହିଳା ଏବଂ ୯ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି ଯେଉଁଥିରେ ଜଣେ ବର୍ଷୀୟ ଶିଶୁ ମଧ୍ୟ ଅଛନ୍ତି । ୨୪ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

   ଏହି ଘଟଣାରେ ପରିବହନ ମନ୍ତ୍ରୀ ପୋନ୍ନମ୍‌ ପ୍ରଭାକର ଶୋକ ପ୍ରକାଶ କରିବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ୍‌ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।