ବସ୍-ପିକଅପ୍ ମୁହାଁମୁହିଁ ଧକ୍କା,୨୦ ଆହତ
ଫୁଲବାଣୀ : ସଦର ଥାନା ଶଙ୍ଖିକଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହିତ ଏକ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଅଛନ୍ତି । ଗୁରୁତର ହୋଇଥିବା ୩ ଜଣ ବସ୍?ର ହେଲପର୍ ସିବିର ପ୍ରଧାନ, ବିଗ୍ନେ ବେହେରା ଓ ପ୍ରତିମା ନାୟକ ବୋଲି ଜଣା ପଡ଼ିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏସ୍କର୍ଟ ନାମକ ଯାତ୍ରୀବାହୀ ବସ୍ ଦାରିଙ୍ଗବାଡିରୁ ଫୁଲବାଣୀ ଆସୁଥିଲା । ଆସିବା ବାଟରେ ସଦର ଥାନା ଅନ୍ତର୍ଗତ ଶଙ୍ଖିକଟା ବୁଲାଣି ନିକଟରେ ଫୁଲବାଣୀରୁ ଫିରିଙ୍ଗିଆ ଆଡକୁ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ବସ୍ର ହେଲପର୍ ସିବିର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଛି ସଦର ପୋଲିସ । ଅନ୍ୟ ଦୁଇ ଗୁରୁତର ବିଗ୍ନେ ବେହେରା ଓ ପ୍ରତିମା ନାୟକ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିସôାଳୟରେ ଚିକିସôିତ ହେଉଛନ୍ତି । ଆହତ ମାନଙ୍କୁ ମଧ୍ୟ ଚିକିସôା ପାଇଁ ପଠାଯାଇଛି ।