ନୋଟିସରେ ସୀମିତ ଜବରଦଖଲ ଉଚ୍ଛେଦ
ତାଳଚେର : ତାଳଚେର ବହୁ ପୁରାତନ ରାଣୀପାର୍କ ଜଙ୍ଗଲଟି ସିଲିଙ୍ଗ ପ୍ଲସ୍ରେ ସରକାର ହାତକୁ ଚାଲିଯିବା ପରେ ଏହି ଜଙ୍ଗଲଟି ଶ୍ରୀହୀନ ହେବା ସହ ତହସିଲର କେତେକ ଅସାଧୁ କର୍ମଚାରୀଙ୍କୁ ହାତବାରଶି କରି ଜମି ମାଫିଆମାନେ ନିଜ ଅକ୍ତିଆରରେ ଦୀର୍ଘ ବର୍ଷରୁ ଘରଦ୍ୱାର କରି କବ୍ଜା କରିଛନ୍ତି । ବାରମ୍ବାର ଗଣମାଧ୍ୟମରେ ଏବାବଦରେ ଖବର ପ୍ରକାଶ ହେବାପରେ ତାଳଚେର ପୌରପରିଷଦ ପକ୍ଷରୁ ତା ୦୨/୦୫/୨୦୨୫ରେ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ପ୍ରଦାନ କରିଥିଲେ । ଭୂମି ଅଧିକାର ନିୟମ ୨୦୧୭ ସରକାରୀ ଜମିରେ ଜବରଦଖଲ ଓ ବେଆଇନ ଭାବେ ଗୃହ ନିର୍ମାଣ କରି ନିଜର ସ୍ୱାର୍ଥ ସାଧନ କରିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ରାଣୀପାର୍କ ଜମି ସଂକୁଚିତ ହେବାରେ ଲାଗିଛି । ବାରମ୍ବାର ଅଭିଯୋଗ ହେବା ପରେ ପୌରପରିଷଦ ପକ୍ଷରୁ ଉକ୍ତ ଜବରଦଖଲ ଜମିକୁ ୭ଦିନ ମଧ୍ୟରେ ଖାଲି କରିବାକୁ ନୋଟିସ୍ ଜାରି ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ ଚୁପ୍ ହୋଇ ବସିଥିବା ଘଟଣା ଏହା ଲୋକଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ କାହା ଚାପରେ ପୌରପରିଷଦ ଚୁପ୍ ହୋଇ ବସିପଡ଼ିଲା ନା ଆଉ କେଉଁ ଘଟଣାକୁ କେନ୍ଦ୍ରକରି ଚୁପ ହୋଇ ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।