ବାଇକ ଦୁର୍ଘଟଣାରେ ଯୁବକ ମୃତ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ବେଲାଣପୁରା ଛକ ନିକଟରେ ଗୁରୁବାର ଅପରାହ୍ଣରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତୁ୍ୟ ବରଣ କରିଛନ୍ତିି । ନଡପୁର ପଞ୍ଚାୟତ ଅଧୀନ ଖୁଣ୍ଟା ଗ୍ରାମର ଜଗନ୍ନାଥ ମହାକୁଡଙ୍କ ଏକ ମାତ୍ର ପୁତ୍ର ସମୀର ଓ ତାଙ୍କ ସାଙ୍ଗ ବୈଦ୍ୟନାଥ ଜେନାଙ୍କ ପୁତ୍ର ସରୋଜ ଏକ ବାଇକ ଯୋଗେ ବୈଶିଙ୍ଗାରୁ ନିଜ ଗ୍ରାମ ଖୁଣ୍ଟାକୁ ଫେରୁଥିଲେ । ମାତ୍ର କିଏ ଜାଣିଥିଲା ଯେ ସମୀର(୨୦)ଙ୍କର ଏହା ଶେଷ ଯାତ୍ରା ହେବ । ଦୃତ ଗତିରେ ଯାଉଥିବା ବେଳେ ବେଲାଣପୁରା ନିକଟରେ ଭାରସାମ୍ୟ ହରାଇ ବାଇକଟି ସେଠାରେ ଥିବା ଏକ କୁକୁଡା ଦୋକାନ ଭିତରକୁ ଗଳି ଯାଇଥିଲା । ମୁଣ୍ଡ ଏବଂ ବାମ ଆଖିରେ ଏକ ବାଉଁଶ ଗଳି ବାହାରି ଯାଇଥିଲା । ବାଇକ ଚାଳକ ସମୀରର ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ସେହିଠାରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ପଛରେ ବସିଥିବା ସରୋଜ ଜେନା ଛିଟିକି ପଡ଼ିବାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି । ଉଭୟଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବୈଶିଙ୍ଗା ଡାକ୍ତରଖାନା ଆଣିବା ପରେ ଡାକ୍ତର ବିକାଶ ନାଯୁକ ସମୀରକୁ ମୃତ ଘୋଷଣା କରିଥିଲେ । ସରୋଜକୁ ବାଲେଶ୍ୱର ପଠାଇ ଦିଆଯାଇଛି । ବୈଶିଙ୍ଗା ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ମୃତକଙ୍କ ପରିବାର ବୈଶିଙ୍ଗା ଡାକ୍ତରଖାନା ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।