ବାଇକ ଶିଖିବା ହେଲା କାଳ... ସାନଭାଇ ମୃତ; ବଡ଼ ଗୁରୁତର

ସୁକିନ୍ଦା  : ସାନ ଭାଇକୁ ବାଇକ ଚଲାଇବା ଶିଖାଉଥିଲା ବଡ଼ ଭାଇ । ହେଲେ ବାଇକ ଶିଖିବା ସାନ ଭାଇ ପାଇଁ ହୋଇଗଲା କାଳ । ଭାରଶ୍ୟାମ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା ବାଇକ । ଦୁର୍ଘଟଣାରେ ସାନଭାଇର ମୃତୁ୍ୟ ଘଟିଥିବା ବେଳେ ବଡ଼ଭାଇ ଗୁରୁତର ହୋଇ ଭର୍ତି ହୋଇଛନ୍ତି ମେଡ଼ିକାଲରେ । ଏଭଳି ଘଟଣା ଆଜି ସୁକିନ୍ଦା ଥାନା ଅନ୍ତର୍ଗତ କୁହିକା ଯିବା ରାସ୍ତାରେ ଘଟିଛି । ଖବର ମତେ କୁହିକା ବାସିନ୍ଦା ରାନ୍ଧ ମୁଣ୍ଡା ସାନ ଭାଇ ଗୋପାଳ ମୁଣ୍ଡାଙ୍କୁ ବାଇକ ସିଖାଉଥିବା ବେଳେ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥଲା । ଦୁର୍ଘଟଣାରେ ଗୋପାଳଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ବଡ ଭାଇ ରାନ୍ଧ ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଅପରାହ୍ନ ୪ ଘଟିକା ସମୟରେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ରାନ୍ଧଙ୍କ ସ୍ୱାସ୍ଥ୍ୟ ଅ୍ୱସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରାଯାଇଛି ।