ନିର୍ବାଚନ ଲଢିବେ ସାମ୍ୱାଦିକ
ଯାଜପୁର: ବଡ଼ଚଣା ପାଇଁ ଚାରି ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଆରମ୍ଭ ହୋଇ ଗଲାଣି ନାମାଙ୍କନ ଦାଖଲ ପ୍ରକ୍ରିୟା । ବଡ଼ଚଣା ବିଜେପିରୁ ଅମର, ବିଜେଡ଼ିରୁ ବର୍ଷା ଆଉ କଂଗ୍ରେସରୁ ଅଜୟ, ଆମ୍ ଆଦମୀ ପଖ୍ୟରୁ ବିଜୟ ସାଜିଛନ୍ତି ଦଳୀୟ ପ୍ରାର୍ଥୀ । ଆଉ ଏହି ଚାରି ଦଳଙ୍କ ପ୍ରାର୍ଥୀଙ୍କ ବ୍ୟତୀତ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଯୁବ ସାମ୍ୱାଦିକ ଅଜୟ ଅନୁରାଗ ମହାନ୍ତି । ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରହସନ କି ପ୍ରସେଶନ୍ ନୁହଁ ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ସେ ସ୍ୱାଧୀନ ଲଢ଼ିବାକୁ ସ୍ଥିର କରିଛନ୍ତି । ସାମ୍ବାଦିକତାରେ ସ୍ନାତକୋତର କରିଥିବା ଅଜୟ ହଠାତ୍ ସାମ୍ବାଦିକତାରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ମନସ୍ଥ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବଳେ ତିନି ଦଳ ଗ୍ୟାରେଣ୍ଟିର କଥା କହୁଛନ୍ତି ସେତେ ବେଳେ ଅଜୟ ଗ୍ୟାରେଣ୍ଟି ସହ ଏଗ୍ରୀମେଣ୍ଟର କଥା କହିଛନ୍ତି । ମୋ ବଡ଼ଚଣା ମୋ ସମ୍ପତି ତାର ସୁରକ୍ଷା ମୋ ପ୍ରତିଶ୍ରୁତିର ନାରା ଦେଇ ସେ ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଉଦୟଗିରି ଠାରେ ନୂତନ ବ୍ଲକ୍, ହେଲି ପ୍ୟାଡ ନିର୍ମାଣ ସହିତ ବିଭିନ୍ନ ଲୋକ ହିତକର କାର୍ଯ୍ୟ କରିବା ତାଙ୍କର ଉଦେ୍ଦଶ୍ୟ ବୋଲି ସୂଚନା ଦେଇଛନ୍ତି ଅଜୟ ।