ବାଣିଜି୍ୟକ ଲଢେଇ


ଏଥିରେ ସନେ୍ଦହ ନାହିଁ ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ନୀତି ବିଶ୍ୱରେ କେବଳ ବାଣିଜ୍ୟ ଲଢେଇକୁ ଆମନ୍ତ୍ରଣ କରିବନାହିଁ, ବିଭିନ୍ନ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିର କାରଣ ହେବ । ଉଲ୍ଳେଖଯୋଗ୍ୟ ଯେ, ଟ୍ରମ୍ପ ଭାରତ ସମେତ ଚାରୋଟି ରାଷ୍ଟ୍ର ଚୀନ, କାନାଡା, ମେକ୍ସିକୋ ଉପରେ ଆମଦାନି ଉପରେ ୧୦୦ପ୍ରତିଶତ ଟାରିଫ ଲାଗୁ କରିଥିବାବେଳେ ଚୀନ କାନାଡା, ମେକ୍ସିକୋ ସହ ଚାରୋଟି ରାଷ୍ଟ୍ର ଉପରେ ଅତିରିକ୍ତ ୨୫ପ୍ରତିଶତ ଟାରିଫ ଲାଗୁ କରିଛନ୍ତି । ଏହାର ଯବାବରେ ଚୀନ ଗହମ, ମକା, ତୁଳା, ଚିକେନ ଉପରେ ୧୫ପ୍ରତିଶତ ଏବଂ ସୋୟାବିନ, ଘୁଷୁରି ମାଂସ, କୁକୁଡା ମାଂସ, ଗୋ ମାଂସ, ଫଳ, ପନିପରିବା ଏବଂ ଦୁଗ୍ଦଜାତ ଉତ୍ପାଦନ ଉପରେ ଆମେରିକା ଠାରୁ ୧୦ପ୍ରତିଶତ ଶୁଳ୍କ ଲାଗୁ କରିଛି ଏପରିକି ମଧ୍ୟ ଚୀନ ସାମଗ୍ରୀ ଉପରେ ଟ୍ରମ୍ପ ପ୍ରଶାସନ ଅତିରିକ୍ତ ୧୦ପ୍ରତିଶତ ଲେଭି ଲାଗୁ କରିଛି, ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଅତୁ୍ୟକ୍ତି ହୋଇନପାରେ ।  ଉଲ୍ଳେଖଯୋଗ୍ୟ ଯେ, ଆମେରିକୀୟ ସୋୟାବିନ ଏବଂ କଟନ ପାଇଁ ଚୀନ ହେଉଛି ସର୍ବବୃହତ ବଜାର । ଆହୁରି ମଧ୍ୟ ଚୀନ ହେଉଛି ଏହାର ଗୋମାଂସ, ଗୋଦୁଗ୍ଧ ଜାତ ସାମଗ୍ରୀ, ଘୁସୁରୀ ମାଂସ ଏବଂ କୁକୁଡା ଅଣ୍ଡା, ମାଂସର ସବୁଠୁ ବଡ କ୍ରେତା । ଯଦି ଏହି ସମସ୍ତ ଆମେରିକୀୟ କୃଷିଜାତ ସାମଗ୍ରୀ ଅଧିକ ବ୍ୟୟ ବହୁଳ ହୋଇପଡିବ । ଯାହାର ମୁକାବିଲା ପାଇଁ  ଚୀନ ବିକଳ୍ପ ଖୋଜିବା କିଛି ଅସମ୍ଭବ ନୁହେଁ । ବିକଳ୍ପ ସ୍ୱରୁପ ବ୍ରାଜିଲ, ଆର୍ଜେଟିଂନା ଏବଂ ପାରାଗୁଏରୁ ଚୀନ ଏହି ସମସ୍ତ ଖାଦ୍ୟ ସାମଗ୍ରୀ ଆମଦାନି କରିପାରେ । ଏହାଦ୍ୱାରା ଆମେରିକାର ଚାଷୀମାନେ କ୍ଷତିଗ୍ରସ୍ତ ହେବେ । ସ୍ମରଣ କରାଯାଇପାରେ ଯେ, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ୭୮ ପ୍ରତିଶତ ଳୋକପ୍ରିୟ(ପପୁଲାର) ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଯେଉଁଥିରେ ଆମେରିକାର କୃଷକଙ୍କ ଯୋଗଦାନ ସର୍ବାଧିକ ରହିଛି ।  ଏହା ନଃିସନେ୍ଦହ ଯେ, ଆମେରିକାର ସମ୍ଭାବ୍ୟ ବାଣିଜ୍ୟ ଲଢେଇ ଚୀନ, କାନାଡା କିମ୍ବା ମେକ୍ସିକୋ ମଧ୍ୟରେ ସୀମିତ ନୁହେଁ । ୨୫ପ୍ରତିଶତ  ଟାରିଫ ମଙ୍ଗଳବାର ଠାରୁ କାନାଡା ଓ ମେକ୍ସିକୋ ବିରୁଦ୍ଧରେ ଲାଗୁ ହୋଇଛି । ଏହାର ପାଲଟା ଯବାବ ସ୍ୱରୂପ କାନାଡା ଆମେରିକାର ଆମଦାନୀ ସାମଗ୍ରୀ ଉପରେ ୧୫୫ ବିଲିଅନ ଡଲାରର ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା  କରିଛି । ସେହିପରି ଟ୍ରମ୍ପ ମଧ୍ୟ ଇସ୍ପାତ ଏବଂ ଆଲୁମିନିୟମ୍ ଉପରେ ବିଶ୍ୱବ୍ୟାପୀ ୨୫ପ୍ରତିଶତ ଶିଳ୍କ କରିବାକୁ ଘୋଷଣା କରିଛି । ଯାହାକି ଆସନ୍ତା ୧୨ ତାରିଖରୁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ବିଶ୍ୱବ୍ୟାପୀ ଇସ୍ପାତ ଓ ଆଲୁମିନିୟମର ମୂଲ୍ୟ ବୃଦ୍ଧି ଘଟିବ । ଟ୍ରମ୍ପଙ୍କ ବାଣିଜ୍ୟ ନୀତି ନେଇ ପରସ୍ପର ବିରୁଦ୍ଧରେ ଟାରିଫ ଲାଗୁ କରିବା ଦ୍ୱାରା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବଢିବାକୁ କେହି ରୋକିପାରିବେ ନାହିଁ । ଏହାଦ୍ୱାରା ନିରୀହ ଖାଉଟି କେବଳ ଅହେତୁକ ଦରବୃଦ୍ଧିର ଶିକାର ହେବା ସାର ହେବ । କେବଳ ଏତିକି ନୁହେଁ, ଟାରିଫ ଲଢେଇ ଯୋଗୁଁ ଉଭୟ ଆମଦାନି ଓ ରପ୍ତାନି  ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ । ଉଲ୍ଲେଖଯୋଗ୍ୟ ଯେ, ଗଲା ୨୦୨୪ରେ ଆମେରିକା ୩.୩ ଟ୍ରିଲିୟନ ହଜାରର ସାମଗ୍ରୀ ଆମଦାନି କରିଥିବାବେଳେ ୨.୧ ଟ୍ରିଲିଅନ ଡଲାରର ସାମଗ୍ରୀ ରପ୍ତାନି କରିଥିଲା । କହିବା ବାହୁଲ୍ୟ ଯେ, ଭାରତ ମଧ୍ୟ ଏଥିରୁ ବାଦ ପଡିବ ନାହିଁ । ଭାରତ ଆମେରିକାରୁ ଆମଦାନି କରୁଥିବା ସାମଗ୍ରୀର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବ ।  ଆମେରିକାର ଶହେ ପ୍ରତିଶତ ଟାରିଫ ଲାଗୁ ବିରୁଦ୍ଧରେ ଭାରତ କି ପ୍ରକାର ପାଲଟା ପଦକ୍ଷେପ ଗ୍ରହଣ କରିବ, ତାହା ବର୍ତମାନ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ଭାରତ ପାଲଟା କଠୋର ପଦକ୍ଷେପ ଗ୍ରହଣ କରିବା ସମ୍ଭାବନାକୁ ଅଣଦେଖା କରାଯାଇନପାରେ ସ୍ମରଣ କରାଯାଇପାରେ ଯେ, ଅତୀତରେ ତଥା କିଛି ବର୍ଷ ତଳେ ଆମେରିକାର ଭାରତୀୟ ସାମ୍ରଗୀ ଉପରେ ଶୁଳ୍କ ଲାଗୁ କରିବା ପରେ ଭାରତ ମଧ୍ୟ ଏହାର ପାଲଟା  ଯବାବ ଦେଇଥିଲା । ଏବେ ଭାରତ ବିଶ୍ୱରେ ଏକ ଆନ୍ତର୍ଜାତିକ ଟ୍ରେଡ ପାର୍ଟନର ଭାବେ ଉଭା ହୋଇଛି । ଇତି ମଧ୍ୟରେ ଆମେରିକା ଆଲମୋଣ୍ଡସ, ୱାଲନଟ୍ (ବାଦାମ), ମକା ଏବଂ ହୁୁଇସ୍କି ଉପରୁ ଆମେରିକା ଶୁୁଳ୍କ ହ୍ରାସ କରିଥିବା ସତ୍ତ୍ୱେ ତାହା ଭାରତୀୟ ଉତ୍ପାଦନ ଉପରେ କୌଣସି କ୍ଷତି କରିପାରିବ ନାହିଁ ବା ଭାରତ କ୍ଷତିଗ୍ରସ୍ତ ହେବ ନାହିଁ । ଏପରିକି ଭାରତୀୟ ଚାଷୀ କୁକୁଡା ମାଂସ, ଅଣ୍ଡା, ଦୁଗ୍ଧଜାତ ସାମଗ୍ରୀ ରତ୍ପାନିରୁ ମଧ୍ୟ ଲାଭବାନ ହେବେ । କିନ୍ତୁ ଆମେରିକାର ୧୦୦ପ୍ରତିଶତ ଟାରିଫ ଯୋଗୁଁ ଭାରତୀୟ ସାମୁଦ୍ରିକ ଖାଦ୍ୟ ଏବଂ ବାସୁମତୀ ଚାଉଳ ରତ୍ପାନିକାରୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ । ଆମେରିକା ସହ ଭାରତ ବାଣିଜ୍ୟ ଏବଂ ଟାରିଫ ଉପରେ  ଆଲୋଚନା କରିବାକୁ ପଛଘୁଂଚା ଦେବା ଉଚିତ ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩