କମ୍ପାନୀ ନକଲି ପାଣି ଦୂଷିତ: ବର୍ତ୍ତମାନ ଖରାର ତାପ ଯେକମ୍ପାନୀ ନକଲି ପାଣି ଦୂଷିତ


ବର୍ତ୍ତମାନ ଖରାର ତାପ ଯେତିକି ବଢୁଛି ବଜାରରେ ବିକ୍ରି ହେଉଥିବା ବୋତଲ ପାଣିର ଚାହିଦା ସେତିକି ବଢୁଛି । ଲୋକମାନେ ନିଜ ଘରେ ନିଜ ବୋର୍ୱେଲ୍ରୁ ନିରାପଦ ବିଶୁଦ୍ଧ ଜଳ ପାଉଥିବା ନେଇ ସନ୍ଦୀହାନ ଅଛନ୍ତି । ପାଣି ବଜାରକୁ ଦେଖିବାକୁ ଗଲେ ଯେଉଁ ପ୍ରକାରର ଦାମିକିଆ ଘରୋଇ ଗାଡ଼ିରେ ବଡ଼ ବଡ଼ ପାଣି ଦୋକାନ ଗୁଡ଼ିକରୁ ପାଣି ଜାର୍ ସବୁ ନିଆଯାଉଛି । ଏହା ସୂଚିତ କରିଦେଉଛି ଯେ କେବଳ ସାଧାରଣ ଲୋକ ନୁହେଁ, ଅତି ଦାମିକିଆ କାର୍ ଚଢୁଥିବା ଲୋକମାନେ ମଧ୍ୟ ନିଜ ବୋରୱେଲ୍ ଅପେକ୍ଷା ବଜାରରେ ବିକ୍ରି ହେଉଥିବା ପାଣି ଜାର୍ ଉପରେ ଭରସା କରୁଛନ୍ତି । ବିଗତ ଦିନମାନଙ୍କରେ ଫାଇଲିନ୍, ହୁଡ୍ହୁଡ୍ ଭଳି ବିପର୍ଯ୍ୟୟ ସମୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ କାରବାର ପାଣି ବଜାରରେ ହୋଇଥିଲା । ତା'ପର ଠାରୁ ବହୁ ବ୍ୟକ୍ତି ନାମୀଦାମୀ କମ୍ପାନୀର ପାଣି ଜାର୍ ଉପରେ ଗଭୀର ବିଶ୍ୱାସ ରଖିଛନ୍ତି । ବର୍ତ୍ତମାନ ସମଗ୍ର ରାଜ୍ୟରେ ପାଣି ବଜାର ଭିତରକୁ ଅନେକ ନୂଆ ନୂଆ କମ୍ପାନୀ ପ୍ରବେଶ କରିଛନ୍ତି । ବର୍ତ୍ତମାନ ପ୍ରାୟ ୨୦ରୁ ଅଧିକ କମ୍ପାନୀର ନାଁ ପାଣି ବଜାରରେ ଦେଖିବାକୁ ମିଳୁଛି । ତେବେ ୨୦ ଲିଟିରିଆ ବଡ଼ ଜାର୍କୁ ଛାଡ଼ି ଦେଲେ ୩୦୦ ମିଲିଲିଟର ଏବଂ ଲିଟିରିକିଆ ପାଣି ବୋତଲ ବିକ୍ରି କ୍ଷେତ୍ରରେ କେତେଯେ ଉତ୍ପାଦନକାରୀ ରହିଛନ୍ତି ତାର ହିସାବ ନାହିଁ । ଏହି ପାଣି ବିକି୍ର କ୍ଷେତ୍ରରେ ବର୍ତ୍ତମାନ ଛୋଟ ବୋତଲରେ ବଜାରକୁ ପାଣି ଛାଡୁଥିବା କମ୍ପାନୀ ଗୁଡ଼ିକ ମଧ୍ୟରୁ ଅନେକ ବିଶ୍ୱାସଯୋଗ୍ୟ ନୁହେଁ । ସିଧାସଳଖ କଳରୁ ବା ଟ୍ୟାପ୍ରୁ ପାଣି ଭର୍ତ୍ତି କରି ବିଭିନ୍ନ ନାଁ ଏହି ଛୋଟ ବୋତଲ ସବୁ ବଜାରକୁ ଛଡ଼ାଯାଉଛି । ରାଜଧାନୀ ସମେତ ରାଜ୍ୟରେ ୪ଟି ବ୍ରାଣ୍ଡର ପାଣି ସର୍ବାଧିକ ବିକ୍ରି ହେଉଛି । କେବଳ ନକଲି କମ୍ପାନୀମାନେ ଏହି ୧୨ଟି କମ୍ପାନୀର ନାଁକୁ ବ୍ୟବହାର କରି ଛୋଟ ବୋତଲରେ ବ୍ୟବସାୟ ଆରମ୍ଭ କରିଛନ୍ତି । ସାଧାରଣତଃ ନକଲି କମ୍ପାନୀମାନେ ୨୦ ଲିଟିରିଆ ଜାର୍ ବ୍ୟବହାର ନକରି ୩୦୦ ମି.ଲି, ୫୦୦ ମି.ଲି ଏବଂ ୧ ଲିଟରର ପାଣି ବୋତଲ ବଜାରକୁ ଛାଡୁଛନ୍ତି । କାରଣ ଏହି ପାଣି ବୋତଲର ବଜାର ଦର ୨୦ ଲିଟିରିଆ ଜାର୍ ଠାରୁ ତୁଳନାତ୍ମକ ଭାବରେ ଯଥେଷ୍ଟ ଅଧିକ ଏବଂ ଏଥିରେ ଲାଭ ଅଧିକ । 
ବର୍ତ୍ତମାନ ଭୁବନେଶ୍ୱରରେ ଯେତିକି କମ୍ପାନୀ ଛୋଟ ପାଣି ବୋତଲରେ ବିକ୍ରି କରୁଛନ୍ତି ସେଥିରେ ପ୍ରାୟ ୬୦ ପ୍ରତିଶତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ବଜାରକୁ ଯାଉଛି । ନଦୀ କିମ୍ବା ଟ୍ୟାପ୍ ପାଣିକୁ ବିନା ଫିଲ୍ଟର୍ରେ ଛୋଟ ବୋତଲରେ ଭର୍ତ୍ତି କରାଯାଉଛି । ମଞ୍ଚେଶ୍ୱର ବାଦ୍ ନଖରା, ପଟିଆ, ନୟାପଲ୍ଲୀ, ସହୀଦନଗର, ଲକ୍ଷ୍ମୀସାଗର ଆଦି ସ୍ଥାନରେ ନକଲି ପାଣି ବୋତଲ ବ୍ରାଣ୍ଡେଡ୍ କମ୍ପାନୀର ଲିଟିରିକିଆ ପାଣି ବୋତଲ ୧୬ ଟଙ୍କା ପଡୁଥିବା ବେଳେ ନନ୍ ବ୍ରାଣ୍ଡେଡ୍ର ଲିଟିରିକିଆ ପାଣି ବୋତଲ ଦୋକାନୀଙ୍କୁ ୭ ଟଙ୍କା ପଡୁଛି । ମାତ୍ର ବିକ୍ରି ବେଳକୁ ସବୁ ବୋତଲ ୨୦ ଟଙ୍କାରେ ବିକ୍ରି ହେଉଛି । ନକଲି କମ୍ପାନୀରେ ବୋତଲ ପିଛା ଖୁଚୁରା ଦୋକାନୀ ମାନେ ୧୩ ଟଙ୍କା ଲାଭ ପାଉଛନ୍ତି । ଏ ପ୍ରକାରର କାରବାରରେ ଲୋକଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି । 
ଆଉ କେତେକ ଦୋକାନୀ ବ୍ୟବହାର ହୋଇ ସାରିଥିବା ପାଣି ବୋତଲକୁ ଜରି ଗୋଟାଳି ଏବଂ କବାଡ଼ିବାଲାମାନଙ୍କ ଠାରୁ ସଂଗ୍ରହ କରି ନେଉଛନ୍ତି । ସେଥିରେ ପାଣି ଭର୍ତ୍ତି କରି ନକଲି ଷ୍ଟିକର୍ ମାରି ମେସିନ୍ ଦ୍ୱାରା ବୋତଲକୁ ସିଲ୍ କରୁଛନ୍ତି । ପାଣି ଜାର କିମ୍ବା ବୋଲତ ଗୁଡ଼ିକରେ ଏକ୍ସପାଏରି ଡ଼େଟ୍ ଲେଖା ଯାଉନଥିବାରୁ ଏହି ପାଣିର ବ୍ୟବହାରରୁ ଭୟଙ୍କର ରୋଗ ହେବାର ସମ୍ଭାବନା ବଢୁଛି । ତେବେ ପାଣି ବୋତଲର ସାଧାରଣତଃ ଏକ୍ସପାଏରୀ ତାରିଖ ୬ ମାସ ପର୍ଯ୍ୟନ୍ତ ରହିଥାଏ । ନକଲି ପାଣିର ବ୍ୟବସାୟ ସାଧାରଣତଃ ଛୋଟ ବୋତଲରେ ହେଉଛି । ପାଣି ବୋତଲକୁ ଚିପି ଦେଲେ ହାତକୁ ଟାଣ ଲାଗୁଥିବା ବୋତଲ ହେଉଛି ଅସଲି ପାଣି ବୋତଲ । ହାତକୁ ନରମ ଲାଗୁଥିବା ବୋତଲ ଏବଂ ସହଜରେ ଚାପି ହୋଇ ଯାଉଥିବା ବୋତଲ ହେଉଛି ନକଲି ବୋତଲ । ଏହି ନକଲି ପାଣି ବୋତଲ ଉପରେ ଛୋଟ ଛୋଟ ସ୍କ୍ରାଚ୍ ଦାଗ ବି ରହିଥାଏ । 
ଏସବୁ ଦୃଷ୍ଟିରୁ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ବିକ୍ରି ହେଉଥିବା ପାଣି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଲେ ଏହା ଦିନେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ।ତିକି ବଢୁଛି