ବାତ୍ୟା କ୍ଷୟକ୍ଷତି ତାଲିକା ଅନିୟମିତତା ପ୍ରସଙ୍ଗ ; ଆବେଦନକାରୀଙ୍କ ପ୍ରକଳ୍ପ ତାଲିକାଭୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଖଇରା : ବାଲେଶ୍ୱର ଜିଲ୍ଲା ଅଧୀନ ଖଇରା ବ୍ଲକରେ ବାତ୍ୟା ଦାନା ପରବର୍ତ୍ତୀ କ୍ଷୟକ୍ଷତି ତାଲିକା ପ୍ରସ୍ତୁତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତି ସଭ୍ୟ ବାସନ୍ତୀ ମହାନ୍ତି ଓ ଅନ୍ୟକିଛି ପଞ୍ଚାୟତର ଲୋକପ୍ରତିନିଧି ଉଚ୍ଚଅଦାଲତର ଆଶ୍ରୟ ନେଇଥିଲେ । ଉଚ୍ଚ ଅଦାଲତ ଏହି ମାମଲା(ଡବ୍ଲ୍ୟୁପି(ସି)ନଂ ୧୪୭୦୦ଅଫ ୨୦୨୫)ର ବିଚାର କରି ଅଗଷ୍ଟ ୨୧ ତାରିଖରେ ତାଙ୍କ ରାୟ ପ୍ରଦାନ କରିଛନ୍ତି । ବିଚାରପତି ଆର କେ ପଟ୍ଟନାୟକ ତାଙ୍କ ରାୟରେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ ବିଚାରକୁ ନେଇ ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରକଳ୍ପ ତାଲିକା ପୁନର୍ବାର ପ୍ରସ୍ତୁତ କରି ଆବେଦନକାରୀଙ୍କ ବାଦ ଦିଆଯାଇଥିବା ପ୍ରକଳ୍ପ ଗୁଡିକୁ ସାମିଲ କରିବାକୁ ଉଲ୍ଲେଖ କରିଛନ୍ତି । ରାୟ ପ୍ରକାଶ ପାଇବାର ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାୟ ପ୍ରକାଶ ପରେ ବିରୋଧୀ ବିଜେଡ଼ି ଦଳ ସମର୍ôଥତ ଲୋକ ପ୍ରତିନିଧିମାନେ ଉତ୍ଫୁଲ୍ଲିତ ହୋଇ ପଡିଛନ୍ତି ।