ବାବୁ ଆମକୁ ଟିକେ ସାହାଯ୍ୟ କର, ସହାୟତା ଅପେକ୍ଷାରେ ଦମ୍ପତି

 ଦାନଗଦୀ:  ଆମ ପାଇଁ କେହି ନାହାଁନ୍ତି ବାବୁ । ସରକାରୀ ବାବୁ ରାଜନେତା ଆମକଥା ଶୁଣୁ ନାହାନ୍ତି । ଆମକୁ ଟିକେ ସାହର୍ଯ୍ୟ କଲେ ମଙ୍ଗଳ ହେବ । ଦାନଗଦୀ ବ୍ଲକ ରାଣୀପଡା ପଞ୍ଚାୟତର ବାରିଗୋଧା ଗାଁର ଶଙ୍କର୍ଷଣ ଦାସ ଓ ତାଙ୍କ ପତ୍ନୀ ଝରଣା ଏଭଳି ନେହୁରା ହୋଇ ସହଯୋଗର ଆଶା କରିଥିଲେ । ବୃଦ୍ଧ ଦମ୍ପତିଙ୍କ ଦୁଃଖ କହିଲେ ସରିବ ନାହିଁ । ଶଙ୍କର୍ଷଣ (୬୫) ବୃଦ୍ଧଙ୍କର ଚାଲିବା ପାଇଁ ଦେହରେ ବଳ ନାହିଁ । ଚାରିହାତ ଚାଲିଲେ ଥକା ହୋଇ ବସି ପଡୁଛନ୍ତି । ବୃଦ୍ଧ ଜଣଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ ଆଜକୁ ଆଠ ବର୍ଷ ହେବ ତାଙ୍କୁ କ୍ୟାନସର ହୋଇଥିଲା । ଟିକେ ଭଲ ହେବା ପରେ ପକ୍ଷାଘାତ ହେଲା । ସେ ବହୁତ କଷ୍ଟରେ ହାତରେ ବାଡ଼ି ଖଣ୍ଡେ ଧରି ଚଲାବୁଲା କରୁଛନ୍ତି । ଚଲାବୁଲା କରିବା ପାଇଁ ଗାଡ଼ି ଖଣ୍ଡେ ପାଇଁ ବାରମ୍ବାର ସମସ୍ତଙ୍କୁ ଜଣାଇ ନିରାଶ ହେଲେଣି । ସବୁଠାରୁ ଆଉ ଏକ ଦୁଃଖ ହେଲା ଏହି ବୃଦ୍ଧ ଦମ୍ପତିଙ୍କର ପୁଅ ନାହାଁନ୍ତି । ଚାରି ଜଣ ଝିଅ, ପରିଣତ ବୟସରେ ବୃଦ୍ଧା ପନôୀ ଝରଣା ନିଜକୁ ଯେଉଁଠି ସମ୍ଭାଳିବା କଷ୍ଟକର ସ୍ୱାମୀ ଶଙ୍କର୍ଷଣଙ୍କ ସେବା କରିବେ ବା କିପରି? ବୃଦ୍ଧା ଝରଣାଙ୍କର ବାର୍ଦ୍ଧକ୍ୟ ଭତ୍ତା ନାହିଁ । ବୟସ ହୋଇଥିଲେ ହେଁ ଆଧାର ଭୁଲ ପାଇଁ ସେ ଭତ୍ତା ପାଇବା ପାଇଁ ଯୋଗ୍ୟା ହେଇ ପାରୁନାହାନ୍ତି । ବୃଦ୍ଧା ଝରଣାଙ୍କର ଗୋଡ଼ ଭଲ ନାହିଁ, ପାଦ ମଧ୍ୟ ସବୁବେଳେ ବ୍ୟଥା ହେଉଛି । ବହୁତ କଷ୍ଟରେ ରୋଷେଇ କରୁଛନ୍ତି । ଦିନେ ଖାଇଲେ ଆଉ ଦିନେ ଚୁଲି ଜଳୁ ନାହିଁ । ବୃଦ୍ଧା ଦମ୍ପତିଙ୍କ ପାଇଁ କେହି ସହାୟ ହେବା ପାଇଁ ନାହାନ୍ତି । ଔଷଧ ଖାଇବା ପାଇଁ ଅର୍ଥର ଅଭାବ । କୋହଭରା କଣ୍ଠରେ ବୃଦ୍ଧ ଶଙ୍କର୍ଷଣ କୁହନ୍ତି ସରକାର ନେତା ମୋ ଦୁଃଖ କେହି ବୁଝୁ ନାହାଁନ୍ତି । ମୋତେ ଗାଡି ଖଣ୍ଡେ ଯଦି ଯୋଗାଇ ଦିଅନ୍ତେ ମୁଁ ଟିକେ ଯା ଆସ କରି ନିଜର କାମ କରନ୍ତି । ବୁଢ଼ା ବୁଢ଼ୀ ଦୁଇ ଜଣଙ୍କୁ କିଏ କେତେ ବୋହି କି ନେବ । ବ୍ଲକ୍ ପ୍ରଶାସନ ଏହି ବୃଦ୍ଧଙ୍କ ଦୁଖ ବୁଝି ଗୋଟେ ଗାଡି ଯୋଗାଇ ଦେବାର ବ୍ୟବସ୍ଥା କଲେ ଶେଷ ଜୀବନ ଭଲରେ ବିତି ଯାଆନ୍ତା ।