ବାରହା ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ


ାା ପ୍ରଭାନୁ୍ୟଜ୍ ।ା ଆସିକା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା ରେଞ୍ଜର ଗୁଣ୍ଠପଡା ନିକଟରେ ଥିବା ଗୋଲାବନ୍ଧ ପଲ୍ଲୀ ଯିବା ରାସ୍ତାର ଏକ ବିଲ ପାଖରୁ ବାରହା ମାଂସ ବିକ୍ରି କରୁଥିବା ବେଳେ ଗିରଫ କରିଛି ବନ ବିଭାଗ  । ଗୁରୁବାର ବିଶେଷ ସୂତ୍ରରୁ ଖବର ପାଇଁ ଆସିକା ରେଞ୍ଜର  ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱ ଓ ବନପାଳ ଶରତ ଚନ୍ଦ୍ର ବେହେରାଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ଏକ ଟିମ ଗୁଣ୍ଠପଡା ନିକଟରେ ଥିବା ଗୋଲାବନ୍ଧ ପଲ୍ଲୀରେ ବନ୍ୟ ମାଂସ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲା । ବିକ୍ରି ପାଇଁ ରଖିଥିବା ପ୍ରାୟ ୧୦ କେଜି  କଞ୍ଚା ମାଂସକୁ ଜବତ କରିଛି ବନ ବିଭାଗ । ଏଥି ସହିତ ସେ ସାଇକେଲ ଯୋଗେ ଏହି ବାରହା ମାଂସ ବିକ୍ରି କରିବାକୁ ପ୍ରସ୍ତୁତ ଥିବା ବେଳେ କାବୁ କରିଥିଲା ବନ ବିଭାଗ । ଆସିକା ବନ ବିଭାଗ ଏଥିନେଇ ଏକ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଉଲଘଂନ କରିବା ଉଦେ୍ଦଶ୍ୟରେ ଏକ ମାମଲା କରି ଏମାନଙ୍କୁ ଗିରଫ କରା ଯାଇ ଆସିକା କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦେଇଥିଲେ । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ବନରକ୍ଷୀ ବିଷ୍ଣୁ ପ୍ରିୟା ପ୍ରଧାନ, ପ୍ରଭାକର ଗୌଡ଼, ବାଳ କୃଷ୍ଣ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।