ରାଜସ୍ୱ ସମୀକ୍ଷା ବୈଠକ

କେନ୍ଦ୍ରାପଡା : ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ, ଉପ ଜିଲ୍ଲପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ବସୁନ୍ଧରା ଯୋଜନା ଲାଗୁ କରିବା ପାଇଁ ଭୂମିହୀନ ପରିବାରର ସର୍ଭେ କରାଯାଇ ତାଲିକା ପ୍ରସ୍ତୁତ କରିବା ଓ ଜିଲ୍ଲାରେ କେତେ ସରକାରୀ ଜମି ଜବର ଦଖଲକାରୀଙ୍କ କବଜାରେ ରହିଛି ତାହାକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଛି  ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଦଖଲରେ ରଖିଥିବା ସରକାରୀ ଜମିକୁ ମୁକ୍ତ କରାଯିବାକୁ ସମସ୍ତ ତହସିଲଦାର ମାନଙ୍କୁ ବୈଠକରେ ନିଦେ୍ର୍ଦଶ ଦିଆଯାଇଛି । ଏଥିସହିତ ଜିଲ୍ଲା ମଧ୍ୟରେ ଥିବା ବିଭିନ୍ନ ବାଲି ସୈରାତରୁ ବାରମ୍ବାର ବାଲି ଚୋରି ସମେତ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣର ଚାଲାଣରେ ଅଙ୍କୁଶ ଲାଗିପାରୁ ନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ବାଲି ଚୋରା ଚାଲାଣକାରୀମାନେ ତଳ ସ୍ତରର କର୍ମଚାରୀ ମାନଙ୍କୁ ହାତ କରି ଅବାଧରେ ଦୈନିକ ଶହ ଶହ ହାଇୱା ବୋଝେଇ କରି କୋଟି କୋଟି ଟଙ୍କା ମୁନାଫା କମାଇବା ସହ ରାଜସ୍ୱ ହାନୀ ଘଟାଉ ଥିବାରୁ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ କରି ଗାଡି ଜବତ ଓ ଜରିମାନା ଆଦାୟ କରିବାକୁ ନିଷ୍ପତି ନିଆଯାଇଛି  ।