ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ
ଦଶରଥପୁର : ପିଏମଶ୍ରୀ ସରକାରୀ ହାଇସ୍କୁଲ ବାର୍ଷିକୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଛି ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସାହୁଙ୍କ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗଦେଇ ଶିକ୍ଷା ଛାତ୍ରଛାତ୍ରୀକୁ ଆଗକୁ ନେଇ ଥାଏ କହିଥିଲେ । ମୁଖ୍ୟ ବକ୍ତା ଯାଜପୁର ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ପ୍ରାକ୍ତନ ପ୍ରଧାନଶିକ୍ଷକ ଶଶୀକାନ୍ତ ଦାଶ, ପ୍ରାକ୍ତନ ପ୍ରଧାନଶିକ୍ଷକ ଅର୍ଜୁନ ଚରଣ ମିଶ୍ର, ଦଶରଥପୁର ମଣ୍ଡଳ ଅତିରିକ୍ତ ଶିକ୍ଷା ଅଧିକାରୀଣୀ ସାବିତ୍ରୀ ସେଠୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶମ୍ବୁନାଥ ଦାସ ଯୋଗ ଦେଇଥିବାବେଳେ, ବିଶିଷ୍ଟଅତିଥି ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ଗାୟତ୍ରୀ ପ୍ରିୟଦର୍ଶିନୀ ଦେବତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଶିକ୍ଷକ ନୀଳମଣି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ, ଶିକ୍ଷକ ସୁବ୍ରତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।