ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରି ସରକାରଙ୍କ ଉପରେ ବର୍ଷିଲେ ନବୀନ

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ  ଦୁଃଖ ପ୍ରକାଶ କରି ସରକାରଙ୍କ ଉପରେ ବର୍ଷିଲେ ନବୀନ

 ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ମର୍ମାହତ ବୋଲି କହିଲେ ନବୀନ । ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ । ସେ କହିଛନ୍ତି, ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇପାରେ, ତାହା ଭାବିଲେ ବିଚଳିତ ଲାଗୁଛି । ସବୁଠୁ ଦୁଃଖର କଥା ହେଲା, ଏହା କୌଣସି ଦୁର୍ଘଟଣା ନୁହେଁ... ଏହା ବିଫଳ ବ୍ୟବସ୍ଥାର ଫଳ । ନ୍ୟାୟ ପାଇବାକୁ ସଂଗ୍ରାମ କରି ଜଣେ ଝିଅଟି ଆଖି ବୁଜିଦେଇଛି । ସୌମ୍ୟାଶ୍ରୀଙ୍କ ଏହି ମୃତ୍ୟୁ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ବିରୋଧୀ । ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହ ରାଜ୍ୟ ପାଳ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଃଖପ୍ରକାଶ କରିବା ସହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।