ବାଲି ବୋଝେଇ ହାଇୱା ଅଟକ

 ସିଂହପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ଅଞ୍ଚଳ ଦେଇ ଯାଉଥିବା ଏକ ବାଲି ବୋଝେଇ ହାଇବାକୁ ସ୍ଥାନୀୟ ଲୋକ ଅଟକାଇ ପୁଲିସ ଜିମା ଦେଇଛନ୍ତି । ବର୍ତ୍ତମାନ ବନ୍ୟା ସ୍ଥିତି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବାଲି ଚାଲାଣ ପାଇଁ ଅନୁମତି ନଥିବା ବେଳେ ଏହି ବାଲି ଗାଡି କେଉଁଠୁ ଆସିଥିଲା ଓ କେଉଁଠାକୁ ଯାଉଛି ବୋଲି ଲୋକେ ଡ୍ରାଇଭକୁ ପଚାରିଥିଲେ । ତେବେ ଡ୍ରାଇଭର ଜଣଙ୍କ ଏହି ବାଲି ଗୁହାଳୀ ଅଞ୍ଚଳରୁ ଆଣି ଚାନ୍ଦବାଲି ଯାଉଥିବା ପ୍ରକାଶ କରିଥିଲା । ସ୍ଥାନୀୟ ଲୋକେ ଗାଡିଟିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ଡ୍ରାଇଭର ଓ ଗାଡିକୁ ଥାନାକୁ ନେଇ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି ।