ବାଇକ ଚୋର କୋର୍ଟ ଚାଲାଣ

 ଦାନଗଦୀ: ଡ଼ୁବୁରୀ ଛକରୁ ବାଇକ ସହ ଚୋରକୁ ପୁଲିସ ଧରି ଗିରଫ ପରେ କୋର୍ଟ ଚାଲାଣ କରିଛି । ଖବର ମତେ ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳର ଭ୍ରମର ବେହେରାଙ୍କ ପୁଅ ରମେଶ ବେହେରା ତାଙ୍କର ଏକ ବାଇକ ଚୋରି ହୋଇଥିବା ଥାନରେ ଅଭିଯୋଗ କରିଥିଲେ । ଆଜି ଜଣେ ଯୁବକ ଡ଼ୁବୁରୀ ଛକରେ ବାଇକଟିକୁ ଧରି ସନେ୍ଦହ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ ହାତରେ ଧରା ପଡିଥିଲା । କଳିଙ୍ଗନଗର ଥାନାରେ ଯୁବକକୁ ଅଟକ ରଖି ପଚରା ଉଚୁରା କଲା ପରେ ସେ ତାର ପରିଚୟ ଘସିପୁରା ଥାନା ଅନ୍ତର୍ଗତ ଓସ୍ତପୁରା ଗାଁର ସମରା ମାରାଣ୍ଡିଙ୍କ ପୁଅ ଅମୁ (୨୩) ବୋଲି କହିଥିଲା । ପରେ ସେ ଓଡ଼ି୩୪ପି-୮୨୦୪ ଟିଭିଏସ ଲାଲ ରଙ୍ଗର ବାଇକଟି ଚୋରୀ କରିଥିବା ମାନିଥିଲା । ପୁଲିସ କେସ ନମ୍ବର୧୭୧/୨୫ରେ ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।