ଲୁହାପଥର ଚୋରା କାରବାରର ପେଣ୍ଠସ୍ଥଳ ପାଲଟିଛି ବାଲିଆପାଳ

କଳିଙ୍ଗନଗର: ଏହି ଥାନା ଅନ୍ତର୍ଗତ ବାଲିଆପାଳ ପାଲଟିଛି ଲୁହାପଥର ଚୋରା କାରବାରର ପେଣ୍ଠସ୍ଥଳ ପାଲଟିଛି । ଦୈତାରୀ ଖଣିରୁ ଆସୁଥିବା ଲୁହା ପଥର ବୋଝେଇ ଗାଡ଼ି ବାଲିଆପାଳର ନିଦ୍ଧିଷ୍ଟ ଏକ ସ୍ଥାନରେ ଅଟକି ଖଲାସ ହେଉଛି । ଆଉ କିଛି ଘଣ୍ଟା ବ୍ୟବଧାନରେ ବୋଝେଇ ହୋଇଯାଉଛି । ଖଲାସ ଓ ବୋଝେଇ ପଛରେ ଏକ ର୍ୟାକେଟ କାର୍ଯ୍ୟ କରୁଥିବା ଆଲୋଚନା ହେଉଛି । ବାଲିଆପାଳ ରାସ୍ତାର ବାମ ପାଶ୍ୱର୍ରେ ଥିବା ଏକ ଜମି ଉପରେ ଲୁହାପଥର ଖଲାସ ରାତି ୧୨ଟା ବାଜିବା ପରେ ହେଉଛି । ରାଜ୍ୟ ଖଣି ନିଗମ ଅଧିନ ଦୈତାରୀ ଖଣିରୁ ନିର୍ଦ୍ଦିଷ୍ଟ କେତୋଟି ଟିପ୍ପରରେ ଲୁହା ପଥର ବୋଝେଇ ହୋଇଆସିବା ପରେ  ଖଲାସ କରାଯାଉଛି । ପରେ ପୂର୍ବରୁ ଅପେକ୍ଷା କରି ରହିଥିବା ଅନ୍ୟ ଗାଡିରେ ବୋଝେଇ କରାଯାଉଛି । ଏହା ପରେ ଲୁହା ପଥର ବୋଝେଇ ଗାଡି ଗୁଡିକୁ ଏସ୍କଟ୍ ଦିଆଯାଇ ଡୁବୁରୀ ଛକ ଦେଇ ଅନ୍ୟତ୍ର ଚାଲାଣ କରାଯାଉଛି । ଡୁବୁରୀ ଛକରୁ ଆରମ୍ଭ କରି ଟମକା ପର୍ଯ୍ୟନ୍ତ ଯାହା ଆଲୋଚନା ହେଉଛି ପ୍ରତ୍ୟେକ ରାତିରେ ୭ରୁ ୧୦ଟି୍ରପ୍ ଲୁହା ପଥର ଚୋରା କାରବାର ହେଉଛି । ସକାଳୁ ଏହାର କିଛି ଚିହ୍ନବର୍ଣ୍ଣ ରହୁଥିଲେ ହେଁ ମାଟିର ଚିହ୍ନ କିଛିଟା ପ୍ରମାଣ ଲୋକଙ୍କ ସାମ୍ନାକୁ ଆସିଛି । ସ୍ଥାନୀୟ ଜଣେ ଯୁବକ କାରବାରକୁ ସଞ୍ଚାଳନ କରୁଥିବା ଚର୍ଚ୍ଚା ହେଉଛି । ଖଣି ବିଭାଗ ଏବଂ ପୁଲିସ ଏଥିପ୍ରତି ଧ୍ୟାନ ଦେଲେ ସତ ଉଜାଗର ହେବ ବୋଲି ଆଶା କରାଯାଉଛି ।