ବାଲି ମାଫିଆ ସକ୍ରିୟ, ବିପୁଳ ରାଜସ୍ୱ ହାନି

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କାଠପାଳ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଯାଇଥିବା ସୋନନଦୀ ଏବେ ବାଲି ମାଫିଆଙ୍କ କବ୍ଜାରେ ।  ଖଣିଜ ବିଭାଗ, ରାଜସ୍ୱ ବିଭାଗ, ପୋଲିସ ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି । ଏ ନେଇ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉଛି । ରାତ୍ରି ହେଲେ ବାଲିମାଫିଆ ସକ୍ରିୟ ହେବା ସହ ମାଫିଆ ମାଲାମାଲ ହେଉଛନ୍ତି । କେତେକ ଅସାଧୁ କର୍ମଚାରୀ ପକେଟ ଗରମ କରି ଏଭଳି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।  ସୂଚନା ନୀଳଗିରିର ପୁରୁଣା ଗାଁ ଘାଟ, ଅମାବିକାପୁର ଘାଟ, ବଇଂଚା ଘାଟ, ବାଡ଼ିଆ ଘାଟ, ପୁନ୍ଦାଳ ଘାଟ, ସିଙ୍ଗିରୀ ଘାଟ, ଡୁମଗଣାଡରା ଘାଟ ଅଞ୍ଚଳରେ ଶହ ଶହ ଟ୍ରାକ୍ଟରରେ ମେସିନ୍ ଓ ଅଞ୍ଚଳବାସୀଙ୍କ ସହାୟତାରେ ରାତ୍ରି ହେଲେ ବାଲି ମାଫିଆ ସକ୍ରିୟ ହେବା ସହ ସକାଳ୯ଟା ପର୍ଯ୍ୟନ୍ତ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଆଖପାଖ ଅଞ୍ଚଳରେ କିଏ ଘରବାଡିରେ ରଖୁଛି ତ ଆଉ କିଏ ଗାଁ ଭିତରେ ଗଚ୍ଛିତ କରି ରଖୁଛନ୍ତି । ପ୍ରଶାସନର ଗତିବିଧିକୁ ଜାଣିବା ପାଇଁ ବିଭିନ୍ନ ଛକରେ ଜଗି ରହି ଅଧିକ ଗଚ୍ଛିତ ହେଲେ ବାଲିକୁ ବଡ଼ ବଡ଼ ଟ୍ରକରେ ଲୋଡ୍ କରି ବାହାରକୁ ମଧ୍ୟ ଚାଲାଣ କରି ଦେଉଛନ୍ତି । କିଛିଦିନ ପୂର୍ବରୁ ଦିନରେ ବାଲି ଚୋରି ହେଉଥିବାରୁ ଗ୍ରାମବାସୀମାନେ ବିରୋଧ କରିବାରୁ ଏବେ ବାଲିମାଫିଆ ରାତିର ବାଲି ଚୋରି କରୁଛନ୍ତି ।