ବିକଶିତ କୃଷି ସଂକଳ୍ପ ଅଭିଯାନ
ନାଉଗାଁ : ଜଗତସିଂହପୁର ଜିଲା କୃଷି ବିଭାଗ ପକ୍ଷରୁ ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟାତ ସ୍ଥିତ ନୁଆପାରୀ, ରୋହିଆ ପଞ୍ଚାୟତ ସ୍ଥିତ ଅରଖକୁଦ, ନାଉଗାଁ ପଞ୍ଚାୟତ ସ୍ଥିତ ତିହୁଡ଼ା, କୋରୁଅ ପଞ୍ଚାୟତର କୋରୁଅ, ଶିଖର ପଞ୍ଚାୟତ ସ୍ଥିତ ସାରେଇକୁଳ ଓ ପାଟେଣିଗାଁ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି । ଶିଖର ଠାରେ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗତସିଂପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏହି ଅଭିଯାନରେ ଉଦ୍ୟାନ ବିଭାଗ ବିଶେଷଜ୍ଞ ଡ.ସସ୍ମିତା ପୁରୋହିତ, ମସ୍ୟ ସମ୍ପ୍ରସାରଣ ବିଶେଷଜ୍ଞ ଡ.ସରିତା ଦାସ, ମୃତ୍ତିକା ସଂରକ୍ଷଣ ବିଶେଷଜ୍ଞ ଡ.ପ୍ରଦୀପ୍ତ ମାଝୀ, କୃଷି ବିଶେଷଜ୍ଞ ଡ. ଯଯାତି ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ଜିଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ଜ୍ୟୋତିରଞ୍ଜନ ମିଶ୍ର, ନାଉଗାଁ ବ୍ଲକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ର, ଅତିରିକ୍ତ କୃଷି ଅଧିକାରୀ ଅଗ୍ନି ପଣ୍ଡା, ବାଲିକୁଦା ବ୍ଲକ କୃଷି ଅଧିକାରୀ ସୁଦିକାନ୍ତ ଜେନା ଅନିଲ କୁମାର ସେଠି, ସରପଞ୍ଚ କବିତା ନାୟକ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ଚାଷ ଓ ଉନ୍ନତ ମାନର ବିହନ ବ୍ୟବହାର ସମ୍ବନ୍ଧରେ ବିସ୍ତୃତ ପରାମର୍ଶ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କୃଷି ନିରୀକ୍ଷକ ସାଗରିକା ସେଠି ଓ କୃଷକ ସାଥୀ ବାବାଜି ଚରଣ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।