ଓଡ଼ିଶା ଡ୍ରାଇଭର ସଂଘର ସାମ୍ବାଦିକ ସମ୍ମିଳନୀ 

 ଜଗତସିଂହପୁର : ଜଗତସିଂହପୁର ସଦର ସ୍ଥିତ ସୋମନାଥ ହାଟ ପରିସରରେ ଥିବା ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଗାଡି ଯାଞ୍ଚ ପ୍ରକ୍ରିୟା ପୁଲିସ ବିଭାଗକୁ ହସ୍ତାନ୍ତର ବିରୋଧରେ ଓଡ଼ିଶା ମୋଟର ଚାଳକ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ଏହି ସମ୍ମିଳନୀରେ ରାଜ୍ୟ ସଭାପତି ଅକ୍ଷୟ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ ମହାନ୍ତି, ଉପସଭାପତି ଆସ୍ତିକ ନାୟକ, ଦେବେନ୍ଦ୍ର ବେହେରା, ସମ୍ପାଦକ ଶରତ ଚନ୍ଦ୍ର ସାହାଣି, ମେହେଟା ଦିଗଲ, ସାଙ୍ଗଠନିକ ସମ୍ପାଦକ ବଳଭଦ୍ର ସାହୁ, ବିରଞ୍ଚି ନାରାୟଣ କର, କୋଷାଧକ୍ଷ ବିଦ୍ୟାଧର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ  । ସମ୍ମିଳନୀରେ ରାଜ୍ୟ ସରକାର ଗାଡି ଯାଞ୍ଚ ପାଇଁ ପୁଲିସ ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତରକୁ ବିରୋଧ କରାଯାଇଥିଲା  । ଏହି ନିଷ୍ପତ୍ତି ରୁ ନ ଓହରିଲେ ଆଗାମୀ ଦିନରେ ଓଡ଼ିଶା ମୋଟର ଚାଳକ ସଂଘ ରାଜ ରାସ୍ତକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି  । ପୁଲିସ ପ୍ରଶାସନକୁ ଗାଡି ଯାଞ୍ଚ ପ୍ରକ୍ରିୟା ହସ୍ତାନ୍ତର କରାଯାଏ ତାହା ହେଲେ ପୁଲିସ ବିଭାଗ ମନୋମୁଖୀ କାର୍ଯକରିବ ଓ ଅଯଥା ଚାଳକ ମାନଙ୍କୁ ରାସ୍ତରେ ଡିଟେନ କରିବ ଯାହା ଫଳରେ ଚାଳକ ମାନେ ପୁଲିସ କୁ ଲାଞ୍ଚ ଦେବାକୁ ବାଧ୍ୟ ହେବେ ବୋଲି ଚାଳକ ସଂଘ ପକ୍ଷରୁ କୁହାଯାଇଛି  । ସାମ୍ବାଦିକ ସମ୍ମିଳନୀରେ ମୋଟର ଚାଳକ ସଂଘ ଜÿିଲ୍ଲା ସଭାପତି ବିକ୍ରମଦିତ୍ୟ ପଣ୍ଡା, ସମ୍ପାଦକ ସିଧେଶ୍ୱର ବାରିକ, ସାରଦା ପ୍ରସନ୍ନ ବାରିକ, ନିତ୍ୟାନନ୍ଦ ସାହୁ, ଅଞ୍ଜନ ପ୍ରଧାନ, ଦିଲ୍ଲୀପ ସ୍ୱାଇଁ, ଦିଲ୍ଲୀପ ମୁଦୁଲି, ବିନୋଦ ବଳ, ସରୋଜ କୁମାର ରାୟ, ଜଗନ୍ନାଥ ଓଝା ପ୍ରମୁଖ ଉପସ୍ଥିତ ଥିଲେ  ।