"ବିକଶିତ ଗାଁ ବିକଶିତ ଓଡିଶା' କାର୍ଯ୍ୟକ୍ରମ 

ନିଆଳି : ନିଆଳି ପଞ୍ଚାୟତ ସମିତିସଭା ଗୃହରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ବିଡ଼ିଓ ଧର୍ମରଞ୍ଜନ ପଣ୍ଡା, ଏ ବିଡ଼ିଓ ପଲ୍ଲବୀ ରାଉତ, ସହକାରୀ ନିର୍ବାହୀଯନ୍ତ୍ରୀ ରାମରଞ୍ଜନ ଭୁଇଁଆ, ସାଂସଦଙ୍କ ପ୍ରତିନିଧି ଜୋତିରଂଜନ ମହାନ୍ତି, ସମିତି ଉପାଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ରାଉତ ପ୍ରମୁଖ ଜିଲ୍ଲା ପରିଷଦ ସଭ୍ୟ ଓ ବିଭିନ୍ନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୨୩ ଗୋଟି ପଂଚାୟତରେ ହୋଇଥିବା ଗ୍ରାମସଭାରେ ଗ୍ରାମର ବିକାଶ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବକୁ ପଂଚାୟତ ସମିତି ଗ୍ରହଣ କରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କମିଟି ଯାଞ୍ଚ କରି ଏହାର କିଭଳି କାର୍ଯ୍ୟ କରାଯିବ ଏହାର ଆଲୋଚନା କରାଯାଇଥିଲା । ଏହି ଯୋଜନାକୁ ଆଗାମୀ ବର୍ଷରେ କିଭଳି ଭାବରେ ସଫଳ କରାଯିବ ଏ ନେଇ ଆଲୋଚନା କରାଯାଇଥିଲା ।