ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଗିତାଞ୍ଜଳୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଅନନ୍ତ କିଶୋର ମହାପାତ୍ର, ଆନନ୍ଦ ଚନ୍ଦ୍ର ନାୟକ, ହରିହର ସାହୁ, ଅଧ୍ୟାପିକା ଶ୍ରାବଣୀ ଦାସ ଅତିଥି ଭାବେ ଯୋଗଦେଇ ୧୯୬୯ ସେପ୍ଟେମ୍ବର ୨୪ ତାରିଖରେ ସୃଷ୍ଟି ହୋଇଥିବା ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପାଳନ ହେବା ଗୌରବର କଥା ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ୱାରା ପରିଚାଳିତ ଏହି ଯୋଜନା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା, ସବର୍ପଣ, ତ୍ୟାଗ ଆଭିମୁଖ୍ୟ ଉଦ୍ରେକ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଯୋଜନାର ସ୍ୱେଚ୍ଛାସେବୀମାନେ ଜନ ସମସ୍ୟା ସମାଧାନ, ପରିବେଶ ସୁରକ୍ଷା, ଗୋଷ୍ଠୀ ଆବଶ୍ୟକତା ଆଦି ଦିଗରେ ଜ୍ଞାନ ଆହରଣ କରିବା ସମ୍ଭବ ହୋଇଛି । ଅଧ୍ୟାପକ ମଦନ ମୋହନ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହାକୁ ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ ।