ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

 ଫୁଲବାଣୀ : ଟିକାବାଲି ଏଏମ୍ସିଏସ୍ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଉଦ୍ୟମରେ ଦୁଇ ଦିନିଆ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ମୁଖ୍ୟବକ୍ତା ଭାବେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ନବନୀତ କୁମାର, କନ୍ଧମାଳ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କୁମାର ପାଣିଗ୍ରାହୀ, ବୌଦ୍ଧ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ମନୋରଞ୍ଜନ ଘଡେଇ ଯୋଗଦେଇ ବିକଶିତ ଭାରତ ଗଠନରେ ଯୁବ ସମାଜର ଭୂମିକା ଓ ସ୍ୱାଧୀନତାର ଶହେବର୍ଷ ପୂର୍ତ୍ତି ପାଇଁ ବିକଶିତ ଭାରତର ସ୍ୱପ୍ନ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ  । ବରିଷ୍ଠ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଅତିଥିଙ୍କୁ ସ୍ୱାଗତ କରିଥିବାବେଳେ କାର୍ଯ୍ୟକ୍ରମ ଅଧିକାରୀ ଜ୍ଞାନରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକଶିତ ଭାରତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଷୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ମନୋରଞ୍ଜନ ଘଡେଇ, ନଳିନୀ କୁମାର ପାଣିଗ୍ରାହୀ, ବନମାଳି ବେହେରା ପ୍ରମୁଖ କାର୍ଯ୍ୟ ସମାପନ କରିଥିଲେ ।  ଏଥିରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ  ।