ବଳଦେବଜୀଉଙ୍କ ରଥଯାତ୍ରା ପରିଚାଳନା ସମିତି ଓ ସେବାୟତଙ୍କ ମିଳିତ ବୈଠକ
କେନ୍ଦ୍ରାପଡ଼ା : ତୁଳସୀକ୍ଷେତ୍ରରେ ଆସନ୍ତା ୨୭ ତାରିଖରେ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା କିପରି ସୂଚାର ରୂପେ ପରିଚାଳିତ ହୋଇ ପାରିବ ସେ ନେଇ ବଳଦେବଜୀଉ ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ମଧ୍ୟରେ ବୈଠକ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟ ବୋର୍ଡର ସଭାପତି ଉପଜିଲାପାଳ ଅରୁଣ କୁମାର ନାୟକ, ସଭ୍ୟ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ହୃଷିକେଶ ରଥ, ସଭ୍ୟ ଧିରେନ୍ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ମନ୍ଦିର ସୁପରଭାଇଜର ନୃସିଂହ ଚରଣ ପତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ଦିରର ସେବାରେ ନିୟୋଜିତ ଥିବା ପାଳିଆ ସେବାୟତ, ବଡ଼ପଣ୍ଡା ମାଧବ ଚନ୍ଦ୍ର ପତ୍ରୀ, ଭାବଗ୍ରାହୀ ପତ୍ରୀ, ପୂଜାପଣ୍ଡା କାମପାଳ ପତ୍ରୀ, ଦାମୋଦର ପତ୍ରୀ, ଶତ୍ରୁଘ୍ନ କର, ନିଳମଣି କର, ଦୁଖିନ୍ଦ୍ର ସୁଆର, ମାନସ ରଞ୍ଜନ ମେକାପ ପ୍ରମୁଖ ସେବାୟତ ମାନଙ୍କ ସହିତ ଆଲୋଚନା କରାଯାଇଥିଲା । ସେହିପରି ଅନ୍ୟ ଏକ ବୈଠକ ରଥଯାତ୍ରା ପାଇଁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟ ବୋର୍ଡ ସଭାପତି, ସଭ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମନ୍ଦିର ସୁପରଭାଇଜର ପ୍ରମୁଖ ଉପସ୍ଥିତି ଥିଲେ । ଏହି ବୈଠକରେ ବିଜେ ପଣ୍ଡା ସେବକ ମାନଙ୍କ ସଭାପତି ମାନ ଗୋବିନ୍ଦ କର, କାର୍ଯ୍ୟାକାରୀ ସଭାପତି ଅନନ୍ତ ଚରଣ କର, ଉପସଭାପତି ନୃସିଂହ ମହାପାତ୍ର, ନୃସିଂହ କର, ନୟନ କିଶୋର ପଣ୍ଡା, ଗୋପାଳ ଚନ୍ଦ୍ର କର, ଅଙ୍କୁର ବ୍ରହ୍ମଚାରୀ ପ୍ରମୁଖ ବହୁ ବିଜେ ପଣ୍ଡା ଓ ବଡ଼ପଣ୍ଡା ମାଧବ ଚନ୍ଦ୍ର ପତ୍ରୀ ପ୍ରମୁଖଙ୍କ ସହିତ ଆଲୋଚନା କରାଯାଇ ନୀତିନିର୍ଘଣ୍ଟଣ୍ଟସ୍ଥିର କରାଯାଇଛି ।