ବିକାଶ ଠୁ ଦୂରରେ ଗୋପୀନାଥପୁର 

 ତାଳଚେର: କୌଣସି ଗ୍ରାମାଞ୍ଚଳ ବା ସୁଦୁର ଜଙ୍ଗଲ ନୁହେଁ ତାଳଚେର ସହର ପୌର ପରିଷଦ ଠାରୁ ମାତ୍ର ୧କିମି ଦୂର ୧୬ନମ୍ବର ୱାର୍ଡ଼ ଗୋପୀନାଥପୁର ଆଜି ସାଜିଛି ନର୍କକୁଣ୍ଡ । ଏହି ୱାର୍ଡ଼ର ଗୋପୀନାଥପୁର ସମେତ ବେର୍ବତାମୁଣ୍ଡା, କାଶୀପୁର ଓ ଷଣ୍ଢ ଆଦି ଗାଁ ବିକାଶ ଠାରୁ ଅପହଞ୍ଚ ଦୂରତାରେ ରହିଥିବା ୱାର୍ଡ଼ବାସୀମାନେ ପ୍ରକାଶ କରିଛନ୍ତି । ଉକ୍ତ ୱାର୍ଡ଼ ଗୁଡ଼ିକରେ ପୌରପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା, ସୁନ୍ଦର ରାସ୍ତାଘାଟ, ଆବଶ୍ୟକ ଡ୍ରେନ୍ ଓ ଯେତିକି ପରିମାଣରେ ଡ୍ରେନ ନିର୍ମାଣ ହୋଇଛି ତା’ଉପରେ ସ୍ଲାପ ପଡ଼ି ନଥିବାରୁ ୱାର୍ଡ଼ବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ଏହା ଅଭିଯୋଗ କରୁଛନ୍ତି । ପୌରପରିଷଦ ପକ୍ଷରୁ ଉକ୍ତ ୱାର୍ଡ଼ରେ ଦୈନନ୍ଦିନ ସଫେଇ ହେବା କଥା ମାତ୍ର କାଁଭାଁ କେତେ ବେଳେ ଝାଡ଼ୁମାରି ପୌରପରିଷଦ ତାର କାମ ସାରି ଦେଇଥାଏ । କେଉଁ ଅମଳରୁ ହୋଇଥିବା ରାସ୍ତା ଏବେ ଭାଙ୍ଗିରୁଜି ଚୁରମାର ହୋଇ ରାସ୍ତା କାଦୁଅ ପଚପଚ ହୋଇ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । 
ରାସ୍ତାର ଉଭୟ ପାଶ୍ୱର୍ର୍ରେ ଅନାବନା ଘାସ, ଲଟା ହୋଇ ପଡ଼ି ରହିଥିବାବେଳେ ସେଥିରେ କେବେ ବ୍ଲିଚିଙ୍ଗ କିମ୍ବା ମଶା ତେଲ ପଡ଼ୁନଥିବାରୁ ଏବେ ଡ଼େଙ୍ଗୁକୁ ଆମନ୍ତ୍ରଣ କରିବା ଭଳି ଅବସ୍ଥା ସୃଷ୍ଟି କରୁଛି । ଏହି ୱାର୍ଡ଼ଟି ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଥିବା ବେଳେ ତାଳଚେର ସହର ଠାରୁ ମଣ୍ଡାପାଳ ରାସ୍ତାଦେଇ ଉକ୍ତ ୱାର୍ଡ଼କୁ ପ୍ରବେଶ କରିବାକୁ ପଡ଼ିଥାଏ । ଏହି ରାସ୍ତାରେ ଦୈନନ୍ଦିନ ୱାର୍ଡ଼ବାସୀ ସମେତ ମନ୍ଦିରକୁ ଓ ତାଳଚେର ପୌରପରିଷଦ ବହୁପୁରାତନ ଶ୍ମଶାନଘାଟକୁ ସ୍ଥାନୀୟବାସୀ ଶବଦାହ କରିବାକୁ ଯାଇଥାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଏହି ରାସ୍ତା ମଝିରେ ଏକ ଛୋଟନାଳ ରହିଥିବାରୁ ଲୋକଙ୍କ ଯାତାୟତରେ ବାଧା ଉପୁଜିବାରୁ ଏହି ନାଳ ଉପରେ ‘ଔ’ନାଳ ଏକ ବି୍ରଜ ନିର୍ମାଣ କରାଯାଇଥିଲା । ମାତ୍ର ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାରୁ ଓ ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ଼ା ଭାଙ୍ଗିରୁଜି ଯାଇଥିବାରୁ ଗତ ୪/୫ଦିନ ପୂର୍ବରୁ ଏକ ଯୁବକ ସାଇକେଳରୁ ବି୍ରଜ ତାଳକୁ ଖସିପଡ଼ି ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଏହି ବି୍ରଜ ଉପରେ ଛୋଟମୋଟ ଯାନବାହାନ ଯିବା ତ ଦୂରର କଥା ପଥଚାରୀମାନେ ଯାତାୟତ ପାଇଁ ବି୍ରଜ ଉପରେ ଭୟ କରିଥାନ୍ତି । ଅନ୍ୟପକ୍ଷରେ ଉକ୍ତ ୱାର୍ଡ଼ର ଗୋପୀନାଥପୁର ଅଞ୍ଚଳବାସୀ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରି ଆସୁଥିଲେ ମଧ୍ୟ ସେଠାରେ ପୌରପରିଷଦ ପକ୍ଷରୁ ନଦୀକୂଳରେ ପାହାଚ, ମହିଳାମାନେ ବସ୍ତ୍ର ପରିଧାନ କରିବାକୁ କୋଠରୀ ସୁବିଧା ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି ।  ଏହି ୱାର୍ଡ଼ରେ ପ୍ରାୟ ୫ହଜାରରୁ ଊଦ୍ଧ୍ୱର୍ ଲୋକବସବାସ କରୁଥାନ୍ତି ଏବଂ ପୌରପରିଷଦକୁ ସମସ୍ତ ଟିକସ ପ୍ରଦାନ କରି ଆସୁଥିଲେ ମଧ୍ୟ ନିର୍ବାଚନ ଆସିଲେ ୱାର୍ଡ଼କୁ ମାଳମାଳ ନେତାଙ୍କ ସୁଅ ଛୁଟିଥିବା ବେଳେ ଜିତିଗଲା ପରେ ଆଉ କୌଣସି ନେତାର ସେଠାରେ ପାଦପଡ଼େ ନାହିଁ ବୋଲି ୱାର୍ଡ଼ବାସୀମାନେ ଏହା ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଉକ୍ତ ୱାର୍ଡ଼ର ଡ଼ାକ୍ତର ସାହୁ, ସୁନିଆ ନାଏକ, ବିଶ୍ୱନାଥ ବେହେରା, ଲକ୍ଷ୍ମଣ ବେହେରା, ପ୍ରଦୀପ ବେହେରା ପ୍ରମୁଖ ୱାର୍ଡ଼ବାସୀ ଦାବି କରିଛନ୍ତି ।

ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ,୧୮ା୭: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଧୂରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛିଣ୍ଡି ପଡ଼ିଥିବା ବିଦୁ୍ୟତ୍ ତାର ମାଡି ଜଣେ ନାବାଳିକାର ମୃତୁ୍ୟ ଘଟିଛି । ସୂଚନା ମୁତାବକ ଧୂରପାଟଣା ଗ୍ରାମର ସନାତନ ଖୁଣ୍ଟିଆଙ୍କ ୧୩ବର୍ଷର ଝିଅ ମାମିନା ଖୁଣ୍ଟିଆ ଗତ ଗୁରୁବାର ସକାଳେ ଘରୁ ଉଠି ବାହାରକୁ ଆସୁଥିବା ବେଳେ ଘରେ ଏକ ବିଦୁ୍ୟତ୍ ତାର କୌଣସି କାରଣରୁ ଛିଣ୍ଡିକି ପଡିଥିବା ବେଳେ ମାମିନା ଗୋଡରେ କୁଦି ଦେଇଥିଲା । ଯାହାଦ୍ୱାରା ବିଦୁ୍ୟତ୍ ଆଘାତରେ ମାମିନାଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ।
ଗଣିତ ଶିକ୍ଷୟିତ୍ରୀ ନିଲମ୍ବିତ
ାା ପ୍ରଭାନୁ୍ୟଜ ।ା ଆସିକା,୧୮ା୭: ଆସିକା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଗଣିତ ଶିକ୍ଷୟିତ୍ରୀକୁ ନେଇ ଚାଲିଥିବା ହାଇଡ୍ରାମା ଶେଷ ହୋଇଛି । ଗତ ଦୁଇ ଦିନ ହେଲା ଟେକ୍ନିକାଲ ହାଇସ୍କୁଲ ଆଗରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଣିତ ଶିକ୍ଷୟିତ୍ରୀ ବଦଳି ଦାବିରେ ସ୍କୁଲ ଆଗରେ ତାଲା ପକାଇ ଧାରଣାରେ ବସିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୨୮୧୮/ତାରିଖ ୧୬/୦୭/୨୫ ପ୍ରକାରରେ  ଓଡ଼ିଶା ସିଭିଲ୍ ସର୍ଭିସେସ୍ (ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଆପିଲ୍) ନିୟମ, ୧୯୬୨ ର ନିୟମ ୧୨, ଜଣେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ ହେବା ଆଦେଶ ଜାରି କରିଛନ୍ତି । ଆସିକା ଟେକ୍ନିକାଲ ହାଇସ୍କୁଲର ଗଣିତ ଶିକ୍ଷୟିତ୍ରୀ ନାମରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଏଥିସହିତ ଦୁଇ ଦିନ ହେଲା ପିଲାମାନେ ଧାରଣାରେ ବସିଥିଲେ । ଏହି ଅଭିଯୋଗର ତଦନ୍ତକୁ ଭିତ୍ତି କରି ଉକ୍ତ ଗଣିତ ଶିକ୍ଷୟିତ୍ରୀକୁ ନିଳମ୍ବନ କରି ଆସିକା ବାଳିକା ଉଚ୍ଚ ବିଦ୍ୟାଳୟକୁ ଆସିବାରେ ଅର୍ଡର କରାଯାଇଛି । ଯାହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଖୁସି ଖେଳିଯାଇଛି ।