ବିକାଶ ବାହନ ଯାତ୍ରା ରଥ ଉଦ୍ଘାଟିତ 

 ଆସିକା: ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ପକ୍ଷରୁ ରାଜ୍ୟ ସରକାରଙ୍କ ବର୍ଷକ ମଧ୍ୟରେ ଲୋକମାନଙ୍କୁ ଯୋଗାଇଥିବା ଜନହିତକର କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ  ଗାଁ ଗାଁ ବୁଲିବ ଏହି ରଥ । ଗୁରୁବାର ସକାଳ ସମୟରେ ବ୍ଲକ ପରିସରରେ ବିଡିଓ ଲିପିନା ଦାସଙ୍କ ପୌରହିତ୍ୟରେ ବିଧାୟକଙ୍କ ପ୍ରତିନିଧି ସନ୍ଦୀପ ପାଢ଼ୀ, ତହସିଲଦାର ସଙ୍ଗୀତା ସେନ, ପଂଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା, ଆତ୍ମାର ଅଧ୍ୟକ୍ଷା ବିଜୟ ସ୍ୱାଇଁ, ସିଡିପିଓ ଇନ୍ଦିରା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରଥ ପରିଭ୍ରମଣର ଶୁଭ ଉଦ୍ଘାଟନ କରିଥିଲେ । ଏହି ରଥ ଆସିକା ବିଜ୍ଞାପିତ ଅଂଚଳ ପରିଷଦର ଅଠର ଗୋଟି ୱାର୍ଡରେ ସୁସ୍ଥ ଓଡିଶା ସମୃଦ୍ଧ ଓଡିଶା, ଜନଜାତି ବିକାଶ, ମହିଳା ବିକାଶ, ଶିକ୍ଷା ବିକାଶର ରୂପାନ୍ତକରଣ, ଗ୍ରାମୀଣ ଭିତ୍ତି ଭୂମି ବିକାଶ, ସମୃଦ୍ଧ ଓଡିଶା ପାଇଁ ଶିଳ୍ପାୟନ, ଯୁବ ବର୍ଗ ପାଇଁ ଅପାର ସୁଯୋଗ ଉପରେ ସଚେତନତା ବାର୍ତ୍ତା ପହଞ୍ଚାଇଥିଲା । ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ୨୭ ଗୋଟି ପଂଚାୟତକୁ ବୁଲି ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ଉପରେ ବାର୍ତ୍ତା ପହଞ୍ଚାଇବେ । ସେହିକ୍ରମରେ ଆସିକା ତହସିଲ ପକ୍ଷରୁ ପାଞ୍ଚ ଜଣଙ୍କୁ ତକ୍ଷାଣାତ ସେବା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିପିଡିଓ ରାଜଶ୍ରୀ ସାହୁ, ପିଇଓ ସୁକାନ୍ତ କୁମାର ନାୟକ, ସୁଶାନ୍ତ କୁମାର ଭୂୟାଁ,ସମେତ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ, ବ୍ଲକ ଷ୍ଟାଫ ଯୋଗ ଦେଇଥିଲେ ।