ବିକାଶ ବାହନ ରଥ ଆରମ୍ଭ

 ଚମ୍ପୁଆ:  ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ସୂଚନା ପ୍ରଦାନ ନିମନ୍ତେ ଚମ୍ପୁଆ ଏନ୍ଏସିରେ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରାଯାଇଛି । 
ପୂଜାର୍ଚ୍ଚନା ପରେ ସ୍ୱଂୟ ସହାୟକ ଗୋଷ୍ଠୀରଙ୍କ ଉପସ୍ଥିତିରେ ଏନ୍ଏସି ରେ ଚେୟାରମେନ ଗିରିଜା ଶଙ୍କର ସାହୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ସହାୟକ ବିଜୟ ମିଶ୍ର, ପ୍ରକାଶ ଚନ୍ଦ୍ର କୁଣ୍ଡୁ, ପରିଷଦର ସମସ୍ତ କର୍ମଚାରୀ, କାଉନସିଲର, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ପରିଷଦର ସମସ୍ତ ୧୨ଟି ଯାକ ୱାର୍ଡରେ ଏହି ରଥ ପରିକ୍ରମଣ କରି ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ବ୍ୟାନର, ପୋଷ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବା ସହ ଏଲଇଡି ଜରିଆରେ ବିଭିନ୍ନ ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ ।