ସଚେତନତା ରଥର ଶୁଭାରମ୍ଭ

 ରାୟଗଡ :  ବିଭିନ୍ନ ନିଶା ଦ୍ରବ୍ୟ ତଥା ମାଦକ ଦ୍ରବ୍ୟ ବ୍ୟବହାର ଜନିତ କୁପରିଣାମ ବିଷୟରେ ଜନ ସଚେତନତା ନିମନ୍ତେ ଓଡିଶା ରାଜ୍ୟ ଅବକାରୀ ବିଭାଗର ନିଦେ୍ର୍ଦଶକ୍ରମେ ଏକ ରଥକୁ  ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ରାୟଗଡ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ସଚେତନ କରିବ । ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ରାଜକିଶୋର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ  ରାମ ନାହାକ, ଉପନିଦେ୍ର୍ଦଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଅବକାରୀ ବିଭାଗର ସମସ୍ତ ଅଧିକାରୀ, ସମସ୍ତ କର୍ମଚାରୀ, ସ୍ୱେଚ୍ଛାସେବୀ ଆଦି ଯୋଗଦାନ କରିଥିଲେ ।