ବିକ୍ରମ ବର୍ମାଙ୍କ ଶ୍ରାଦେ୍ଧାତ୍ସବ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ୟୁନାଇଟେଡ୍ ଟିଚର୍ସ ଆଣ୍ଡ ଏମ୍ପ୍ଲୋଇଜ୍ ଆସୋସିଏସନ୍ (ୟୁଟିଆ) ଭବନରେ ପୂର୍ବତନ ବିଧାୟକ, ଶିକ୍ଷାବିତ ତଥା ସମାଜସେବୀ ସ୍ୱର୍ଗତ ବିକ୍ରମ କେଶରୀ ବର୍ମାଙ୍କ ୪ର୍ଥ ବାର୍ଷିକ ଶ୍ରାଦେ୍ଧାତ୍ସବ ପାଳିତ ହୋଇଛି । ସଭାପତି ଡକ୍ଟର ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପ୍ରାକ୍ତନ ଗଣଶିକ୍ଷା ନିଦେ୍ର୍ଦଶକ ଡକ୍ଟର ଶରତ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ଡକ୍ଟର ପ୍ରେମାନନ୍ଦ ମହାପାତ୍ର, ସମ୍ମାନିତଅତିଥି ରୂପେ କବି ଡକ୍ଟର ନାରାୟଣ ମୁଦୁଲି ଯୋଗଦେଇ ସ୍ୱର୍ଗତ ବର୍ମାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ଏ ଅବସରରେ ଗାନ୍ଧିଜୀଙ୍କ ପି୍ରୟ ଭଜନ ‘ରଘୁପତି ରାଘବ ରାଜାରାମ’ ଗାନ କରାଯାଇଥିଲା । ମିଳିତ ଶିକ୍ଷକ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଡଃ ଅର୍ଜୁନ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ଏ ଅବସରରେ ଦରିଦ୍ର ଲୋକମାନଙ୍କୁ ଖାଦ୍ୟବସ୍ତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ସଂଯୋଜକ ଶରତ ପାଇକରାୟ, ଶିବ ପ୍ରସାଦ ସ୍ୱାଇଁ, କୈଳାଶ ଚନ୍ଦ୍ର ମିଶ୍ର, ହରିଶ ଚନ୍ଦ୍ର ପଢ଼ିହାରୀ, ଅମୂଲ୍ୟ ନାୟକ, ଅର୍ପିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ ।