ବିଜୁଳି ଗଲେ ଯୋଗାଣ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟବନ୍ଦ
ବରୀ : ବରୀ ବ୍ଲକରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଲୟ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଲୋକ ନିଜର କାର୍ଯ୍ୟପାଇଁ କାର୍ଯ୍ୟାଳୟକୁ ଆସିଥାନ୍ତି । ହେଲେ ଏହି କାର୍ଯ୍ୟାଳୟରେ ବିଦୁ୍ୟତ ଗଲେ କାର୍ଯ୍ୟବନ୍ଦ ରହୁଛି । ବହୁ ସମୟରେ ଏଠାରେ ବିଦୁ୍ୟତ ଜନିତ ସମସ୍ୟା ଯୋଗୁଁ କାର୍ଯ୍ୟ ବନ୍ଦ ରହୁଥିବା ଦେଖାଯାଇଛି । ସବୁଠି କମ୍ପୁ୍ୟଟର ଲାଗିଯାଇଥିବରୁ ବିନା ବିନା ବିଦୁ୍ୟତରେ କୌଣସି କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ । ଏଠାରେ ଇନଭେଟର ନଥିବାରୁ ବିଦୁ୍ୟତ ନଥିବା ସମୟରେ କାର୍ଯ୍ୟ ହୋଇପାରୁନାହିଁ । ବାଧ୍ୟ୍ୟ ହେଇ ଲୋକମାନେ ଫେରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।