ରାଷ୍ଟ୍ରୀୟ ଲୋକ ଅଦାଲତ; ୬୪୨ ମକୋଦ୍ଦମା ଫଇସଲା 

 ଯାଜପୁର ଟାଉନ : ଜିଲାଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା ୬୪୨ ମକଦ୍ଦମା ଫଇସଲା ହୋଇଛି । ସେଥିମଧ୍ୟରୁ ୪୪୨ଗୋଟି ଫୌଜଦାରୀ, ୨୮ଗୋଟି ମଟର ଦୁର୍ଘଟଣା ମାମଲା, ୧୪୬ ଗୋଟି ଦେୱାନୀ ଏବଂ ୨୬ଗୋଟି ପାରିବାରିକ କଳହ ମକଦ୍ଦମା ଫଇସଲା କରାଯାଇ ମୋଟ ୬,୬୬,୯୧,୩୬୯ଟଙ୍କା ଜରିମାନ ଆଦାୟ କରାଯାଇଛି । ରାଜସ୍ୱ ବିଭାଗର୯୭୭୯ଟି ରାଜସ୍ୱ ମାମଲା ବିଚାର କରାଯାଇ ମୋଟ ୫,୯୮,୯୦୮ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । 
ଶ୍ରମ ବିଭାଗର ୨ ଗୋଟି ମାମଲା ଫଇସଲା କରାଯାଇ ମୋଟ ଟ.୧୩,୬୫,୫୩୦ଟଙ୍କା ଆଦାୟ କରାଯାଇଛି । ୩ଗୋଟି ଖାଉଟି ବିବାଦର ଫଇସଲା କରାଯାଇ ମୋଟ ୨୩,୦୦୦ଟଙ୍କା ଜରିମାନ ଆଦାୟ କରାଯାଇଛି । ଏତଦ୍ବ୍ୟତୀତ ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୫୦ଗୋଟି, ବିଦୁ୍ୟତ ବିଭାଗର ମୋଟ ୧୮ଗୋଟି, ସାଧାରଣ ଉପଯୋଗୀ ସେବା ଜନିତ ୧ଗୋଟି ଏବଂ ୩ ଗୋଟି ଟେଲିଫୋନ ସମ୍ବନ୍ଧୀୟ ପ୍ରାକ ବିଚାରଧିନ ମାମଲା ଫଇସଲା କରାଯାଇ ମୋଟ ୨୦,୧୫,୨୮୪ଟଙ୍କା ଆଦାୟ କରାଯାଇଥିଲା । ଲୋକ ଅଦାଲତକୁ ଜିଲା ଦୌରାଜଜ୍ ତଥା ଜିଲାଆଇନ ସେବା ପ୍ରାଧିକରଣର ଅଧକ୍ଷ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜିଲାଆଇନ ସେବା ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ଅଦାଲତରେ ଯାଜପୁର ଜିଲାର ପରିବାର ଅଦାଲତର ବିଚାରପତି ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲାଜଜ୍ ସୁନିଲ କୁମାର ଦାସ, ମୁଖ୍ୟବିଚାର ବିଭାଗିୟ ଅଧିକାରୀ ସର୍ବେଶ୍ୱର ଦାସ, ବରିଷ୍ଟ ଦୈୱାନୀ ବିଚାରପତି ସତ୍ୟପ୍ରକାଶ ରାୟ ଚୌଧରୀ, ଅତିରିକ୍ତ ବରିଷ୍ଟ ଦୈୱାନୀ ବିଚାରପତି ମନସ୍ୱିନୀ ରଥ, ରେଜିଷ୍ଠାର ମାନସରଂଜନ ସାମନ୍ତରାୟ, ବରିଷ୍ଟ ଦୈୱାନୀ ବିଚାରପତି ଏଲଆରଏବଂଏଲଟିଭି ଲୋପାମୁଦ୍ରା ବେହେରା, ଏସ୍ଡ଼ିଜେଏମ. ଇପ୍ସିତା ନନ୍ଦ, ଦେୱାନୀ ବିଚାରପତି ପାରସ ପାଢୀ ଏବଂ  ଜେଏମଏଫ୍ସି ଅନୁଶୟା ଜେନା ପ୍ରମୁଖ ଅଂଶ ଗ୍ରହଣ କରି ବିଭିନ୍ନ ମକଦ୍ଦମା ଗୁଡ଼ିକର ଫଇସଲା କରିଥିଲେ ।