ବିଜେଡ଼ି ଛାଡ଼ିଲେ ବିଧାୟକ ଭାଗିରଥି

ବିଜେଡ଼ି ଛାଡ଼ିଲେ ବିଧାୟକ ଭାଗିରଥି Bhagirathi sethy

ବିଜେଡ଼ି ଛାଡ଼ିଲେ ବିଧାୟକ ଭାଗିରଥି

ଭୁବନେଶ୍ୱର : ବିଜୁ ଜନତା ଦଳ ଛାଡ଼ିଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ  । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ଇସ୍ତଫା ଦେଇଛନ୍ତି  । ଚବିଶ ପାଇଁ ତାଙ୍କୁ ଟିକେଟ ନମିଳିବାରୁ ସେ ଦଳ ଛାଡ଼ିଛନ୍ତି  । ଏଥର ଆନନ୍ଦପୁରରୁ ବିଜେଡି ଅଭିମନ୍ୟୁ ସେଠୀଙ୍କୁ ଟିକେଟ ଦେଇଛି  ।

ସୂଚନାଯୋଗ୍ୟଯେ, ୨୦୦୯ରୁ ୨୦୧୪ ଓ ୨୦୧୯ରୁ ଏଯାବତ ସେ ବିଧାୟକ ଥିଲେ  ।  ପୂର୍ବରୁ ମଧ୍ୟ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିଥିଲେ  । ଗତ ୨୦୧୯ ବେଳେ ସେ ବିଜେପିରେ ଥିଲେ  । ବିଜେପି ମଧ୍ୟ ତାଙ୍କୁ ଟିକେଟ ଦେଇଥିଲା  । ହେଲେ ବିଜେଡ଼ିରୁ ଡକରା ଆସିବା ପରେ ସେ ବିଜେପି ଟିକେଟ ଫେରାଇ ବିଜେଡ଼ି ଟିକେଟ ହାତେଇ ନେଇଥିଲେ  । ଚଳିତ ନିର୍ବାଚନରେ ଟିକେଟ ନମିଳିବାରୁ ବିଜେଡ଼ିର ଅନେକ ବିଧାୟକ ବିଜେଡ଼ି ଛାଡ଼ି ଅନ୍ୟଦଳକୁ ଯାଇଛନ୍ତି  ।