ବିଜେଡିରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ
ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ବିଭିନ୍ନ ଦଳରୁ ଆସି ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ସମସ୍ତଙ୍କୁ ରନ୍ଧାରୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ନିଜ ପ୍ରତିକି୍ରୟାରେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାବାସୀଙ୍କ ଲୋକପି୍ରୟ ନେତା ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲୁ । ବିଜୁ ଜନତା ଦଳରେ ସାମିଲ ହୋଇ ଆମେ ବହୁତ ଖୁସି ଅନୁଭବ କରୁଛୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହିମିଶ୍ରଣ ପର୍ବରେ ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲାଖାନ (ମୁନ୍ନାଖାନ), ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ରମେଶ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ଼ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।