ବିଜେଡି ନେତା ସୁଜିତ କୁମାରଙ୍କ ବିଜେପିରେ ଯୋଗଦାନ , ବିଜେପିର ସ୍ଥିତି ଆହୁରି ଅଧିକ ସୁଦୃଢ଼ ହେବ: ମନମୋହନ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ ଦିନ ସୁଦୃଢ ହେଉଛି । ବିଜେଡିରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିବାରୁ ଓ ଅଭିବ୍ୟକ୍ତିର ସ୍ୱାଧୀନତା ନ ଥିବାରୁ ବହୁ ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଗତ ନିର୍ବାଚନରେ ୨୧ରୁ ୨୦ ସାଂସଦ ଓ ୭୮ ବିଧାୟକ ବିଜେପିରୁ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଲଗାତାର ତୃତୀୟ ଥର ଓ ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ଦଳର ଆଦର୍ଶ ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଶୁକ୍ରବାର ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଜିତ୍ କୁମାର ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କ ଯୋଗଦାନକୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି ।
ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଯୋଗଦାନ ଅବସରରେ ସୁଜିତ୍ କୁମାର କହିଛନ୍ତି ଯେ, ସେ ବିଶ୍ୱର ସବୁଠାରୁ ବଡ ପାର୍ଟି ବିଜେପିରେ ଯୋଗ ଦେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲକ୍ଷ୍ୟ ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡିଶା ୨୦୩୬ ଲକ୍ଷ୍ୟ ତାଙ୍କୁ ପ୍ରଭାବିତ କରିଛି । ତାଙ୍କ ପାଇଁ ମାଟି ପ୍ରଥମେ ଓ ଦଳ ପରେ । ଏଥିପାଇଁ ବିଦେଶରୁ କାମ ଛାଡି ସେ ଦେଶ ସେବା କରିବା ପାଇଁ ଚାଲି ଆସିଥିଲେ । ମାତ୍ର ବିଜେଡିରେ ଯୋଗ ଦେବାପରେ ଓଡିଶା ତଥା କଳାହାଣ୍ଡିର ଯେଉଁଭଳି ବିକାଶ ହେବ ବୋଲି ସେ ଆଶା ରଖିଥିଲେ ତାହା ହୋଇପାରି ନ ଥିଲା । ଏହାର ପ୍ରମୁଖ କାରଣ ଦୁର୍ନୀତି ଥିଲା । ବିଜେଡିର ଅନେକ ଲାଂଚୁଆ ନେତା ଏସବୁ ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ସେ ଅନେକ ଥର ଏଥିରେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ବାଧ୍ୟ ହୋଇ ଦଳ ଛାଡିଛନ୍ତି ବୋଲି ସୁଜିତ କୁମାର କହିଛନ୍ତି । ଏହାଦ୍ୱାରା ବିଜେଡିର ଅସଲ ମୁଖା ଖୋଲିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।