ବିଜେପିର ‘ସ୍ୱଚ୍ଛ ଭାରତ’ ଅଭିଯାନ

 ଆନନ୍ଦପୁର: ଆନନ୍ଦପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗର ମଣ୍ଡଳ ପକ୍ଷରୁ ସଭାପତି ହେମନ୍ତ କୁମାର ସାହୁଙ୍କ ଉପସ୍ଥିତରେ କାର୍ଯ୍ୟକର୍ତ୍ତା ମାନେ ପ୍ରଥମେ ଇଣ୍ଡୋର ଷ୍ଟାଡିୟମ ସଫେଇ କାର୍ଯ୍ୟ କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ମା ' ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ଷ୍ଟାଡିୟମ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା । ବରିଷ୍ଠ ବିଜେପି ନେତା ତଥା ପୌର ପରିଷଦ ସାଂସଦ ପ୍ରତିନିଧି ରାମଚନ୍ଦ୍ର ସାହୁ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଉସôାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ନିରାକାର ଦଳେଇ, ସୁମତୀ ଜେନା, ବବିତା ଶତପଥୀ, ପ୍ରଣୟିନୀ ବ୍ରହ୍ମ, ଚିତ୍ତରଞ୍ଜନ ଜେନା,ଗଗନ ସିଂ, ଗଣେଶ୍ୱର ମହାନ୍ତି, ମାନସ ସାହୁ, ସିପୁ ଜେନା, ପ୍ରଶାନ୍ତ ମହାପାତ୍ରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।