ବ୍ରଜପାତରେ ଜଳିଗଲା ତାଳ ଗଛ

 ପାଣିକୋଇଲି : ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମର କୃଷ୍ଣଚନ୍ଦ୍ର ନାୟକଙ୍କ ଘରପାଖରେ ଥିବା ଏକ ତାଳ ଗଛ ବଜ୍ରପାତରେ ଜଳିଯାଇଛି । ହଠାତ୍ ବ୍ରଜପାତ ଯୋଗୁ କଞ୍ଚା ତାଳ ଗଛ ହୁତୁହୁତୁ ହୋଇ ଜଳିବାରେ ଲାଗିଥିଲା । ପ୍ରଚଣ୍ଡ ଶଦ୍ଦ ଯୋଗୁ ତାଙ୍କ ପନôୀ ମଧ୍ୟ ଆହତ ହୋଇଥିଲେ । କୃଷ୍ଣ ଚନ୍ଦ୍ରଙ୍କ ସହ ତାଙ୍କ ପାଖ ପଡୋଶୀଙ୍କ ବିଦୁ୍ୟତ ସରଂଜାମ ପୋଡି ଯାଇଥିଲା । ଖବର ପାଇ ବରୁଣ୍ଡାଇ ଦମକଳ ବାହିନୀ ପହଁଚି ନିଅାଁକୁ ଆୟତ୍ତ କରିଥିଲେ ।